ଅନୁସୂଚିତ ଜାତି ମାନଙ୍କ ଚାକିରୀ ଅନ୍ୟ କୁ ଦେବା ବରଦାସ୍ତ କରାଯିବ ନାହିଁ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:(ହେମନ୍ତ କୁମାର ମାଝୀ) ଓଡିଶା ବିଧାନସଭାରେ ବିଧାୟକ ଅରୁଣ ସାହୁ ଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯେଉଁ ଉତ୍ତର ଦେଇଛନ୍ତି, ତାହା ଓଡିଶା ର ବହୁଜନ ସମାଜ ଉପରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି।ବିଶେଷ କରି ଓଡିଶା ସରକାର ଙ୍କ ଶାସନ ବ୍ୟବସ୍ଥା ରେ ୮୫% ଜନସଂଖ୍ୟା ବିଶିଷ୍ଟ ଓବିସି-ଏସଟି-ଏସସି ସମାଜକୁ ମାତ୍ର ୩୦% ଚାକିରୀ ଦେବା ପ୍ରଥମ ଶ୍ରେଣୀ ଚାକିରୀରେ ଏହି ବର୍ଗ ରୁ ମାତ୍ର ୧୫% ଲୋକଙ୍କୁ ନିଯୁକ୍ତି ଦେବା ନିଶ୍ଚିତ ଭାବେ ଚିନ୍ତାର ବିଷୟ ବୋଲି ଚର୍ଚ୍ଚା ହେଉଛି ।ସରକାର ଏହି ବିଷୟକୁ ଗୁରୁତର ସହିତ ବିଚାର କରି ଆସନ୍ତା ତିନି ମାସ ମଧ୍ୟରେ ଜାତି ଜନସଂଖ୍ୟା ଅନୁସାରେ ସଂରକ୍ଷଣ ଦେବାକୁ କଳାହାଣ୍ଡି ଓବିସି-ଏସଟି-ଏସସି ମିଳିତ ମହାସଂଘ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି। ଉପଜିଲ୍ଲାପାଳ ଧର୍ମଗଡ଼ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦେଇଥିବା ଏହି ଦାବୀ ପତ୍ର ରେ ସରକାର ଏହି ବର୍ଗ ର ବିକାଶ ପାଇଁ ଛଳନା କରିବା ସହିତ ସଂଖ୍ୟା ବହୁଳ ସମାଜ କୁ ଧୋକା ଦେଉଥିବା ଅଭିଯୋଗ କରିଛନ୍ତି ।ନୂତନ ସରକାର ଏଥିପ୍ରତି ଗୁରୁତ୍ୱ ସହକାରେ ଅତିଶୀଘ୍ର ସମସ୍ତ ସରକାରୀ ଚାକିରୀ ମାନଙ୍କରେ ଜନସଂଖ୍ୟା ଅନୁପାତରେ ଖାଲି ପଦବୀ ସବୁ ପୂରଣ କରିବାକୁ ଦାବୀ ହୋଇଛି।ଅନ୍ୟଥା ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ମହାସଂଘ ର ଆବାହକ ଡମ୍ବରୁଧର ଲହଜଲ, ରାଜେନ୍ଦ୍ର ଭୋଇ, କଲ୍ୟାଣୀ ନାଏକ,ବିରଞ୍ଚି ଜାଲ, ଡାକେଶ୍ୱର ଲହଜଲ, ଦିଗାମ୍ବର ଦୁରିଆ, ଗୁଣନିଧି ଶବର, ଚୈତନ୍ୟ ନାଏକ, ବିନୋଦ ନାଏକ, ତରୁଣ ନାଏକ, ପରୀକ୍ଷିତ ନାଏକ,ରାମପ୍ରସାଦ ଗୋପାଳ, ଢଗ ନାଏକ, ସୋମ୍ୟ ନାଏକ, ନିରାକାର ନାଏକ, ଚନ୍ଦ୍ର ଲହଜଲ, ଦିନେଶ ପୁଝାରି, ପଦ୍ମମୁଖ ଶବର, ଜଳନ୍ଧର ମେହେର, ଯୋଗେଶ ତାଣ୍ଡି ଆଦି କର୍ମକର୍ତ୍ତା ଦାବୀ କରିଛନ୍ତି ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts