ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ପୌରପରିଷଦ ର ପୂର୍ବତନ ନଗରପାଳ ନିରଞ୍ଜନ ପ୍ରଧାନ ଙ୍କ ଦେହାନ୍ତ ଚତୁର୍ଥ ଦିବସ ରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।ଶ୍ରଦ୍ଧାଞ୍ଜଳିସଭା କୁ ଆଇନଜୀବୀ ସିଦ୍ଧାର୍ଥ ନାୟକ ଅଧ୍ୟକ୍ଷତା କରିଥିଲେ ।
ଆତ୍ମା ର ସଦଗତି ପାଇଁ ନୀରବ ପ୍ରାର୍ଥନା କରି ଅନେକ ବକ୍ତା ତାଙ୍କ କର୍ମମୟ ଜୀବନ ରେ ସମାଜ ପାଇଁ କରିଥିବା ସେବା ଏବଂ ଗନ୍ଧ ମାର୍ଦ୍ଦନ ଆନ୍ଦୋଳନ ର ପୃଷ୍ଠପୋଷକ ଥିଲେ ସେ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ ।ରାଜେନ୍ଦ୍ର ଭାରତୀ ମଞ୍ଚ ପରିଚାଳନା କରିଥିବାବେଳେ ସିପିଏମ୍ ନେତା ନବ ପଟନାୟକ, ଅନାମ ନାୟକ, ଗୋବର୍ଦ୍ଧନ ଦାସ, ଦ୍ରୌପଦୀ ମାଝୀ,ଦାମୋଦର ବେହେରା, ଆଇନଜୀବୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ମୁଣ୍ଡ,ସତ୍ୟ ମାହାର, କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଚିନ୍ମୟ ବେହେରା, କାଉନ୍ସିଲର ରଂଯୁକ୍ତା ପ୍ରଧାନ,ସରୋଜ ବାଗ, ଭବାନୀ ନିଆଲ ପ୍ରମୁଖ ନିରଞ୍ଜନ ବିଦ୍ରୋହୀ ଙ୍କ ସ୍ମୃତି ସମ୍ପର୍କରେ ପ୍ରବର୍ତ୍ତାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସହର ର ଜନସାଧାରଣ ବୁଦ୍ଧି ଯିବି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

