ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ପୌରପରିଷଦ ର ପୂର୍ବତନ ନଗରପାଳ ନିରଞ୍ଜନ ପ୍ରଧାନ ଙ୍କ ଦେହାନ୍ତ ଚତୁର୍ଥ ଦିବସ ରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।ଶ୍ରଦ୍ଧାଞ୍ଜଳିସଭା କୁ ଆଇନଜୀବୀ ସିଦ୍ଧାର୍ଥ ନାୟକ ଅଧ୍ୟକ୍ଷତା କରିଥିଲେ ।
ଆତ୍ମା ର ସଦଗତି ପାଇଁ ନୀରବ ପ୍ରାର୍ଥନା କରି ଅନେକ ବକ୍ତା ତାଙ୍କ କର୍ମମୟ ଜୀବନ ରେ ସମାଜ ପାଇଁ କରିଥିବା ସେବା ଏବଂ ଗନ୍ଧ ମାର୍ଦ୍ଦନ ଆନ୍ଦୋଳନ ର ପୃଷ୍ଠପୋଷକ ଥିଲେ ସେ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ ।ରାଜେନ୍ଦ୍ର ଭାରତୀ ମଞ୍ଚ ପରିଚାଳନା କରିଥିବାବେଳେ ସିପିଏମ୍ ନେତା ନବ ପଟନାୟକ, ଅନାମ ନାୟକ, ଗୋବର୍ଦ୍ଧନ ଦାସ, ଦ୍ରୌପଦୀ ମାଝୀ,ଦାମୋଦର ବେହେରା, ଆଇନଜୀବୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ମୁଣ୍ଡ,ସତ୍ୟ ମାହାର, କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଚିନ୍ମୟ ବେହେରା, କାଉନ୍ସିଲର ରଂଯୁକ୍ତା ପ୍ରଧାନ,ସରୋଜ ବାଗ, ଭବାନୀ ନିଆଲ ପ୍ରମୁଖ ନିରଞ୍ଜନ ବିଦ୍ରୋହୀ ଙ୍କ ସ୍ମୃତି ସମ୍ପର୍କରେ ପ୍ରବର୍ତ୍ତାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସହର ର ଜନସାଧାରଣ ବୁଦ୍ଧି ଯିବି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

