ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗସ୍ତରେ କମିଶନର ତଥା ସଚିବ ଉଚ୍ଚଶିକ୍ଷା ବିଭାଗ ଓ ଇଲେକ୍ଟୋରାଲ ରୋଲ ଅବଜରଭର କଳାହାଣ୍ଡି ଜିଲ୍ଲା ଅରବିନ୍ଦ ଅଗ୍ରୱାଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲା ସ୍ତରୀୟ ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନର ସମୀକ୍ଷା କରିଥିଲେ। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଜିଲ୍ଲାରେ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଅଭିଯାନର ଅଗ୍ରଗତି ସମ୍ପର୍କରେ ଅବଜରଭର ଶ୍ରୀ ଅଗ୍ରୱାଲ ଙ୍କୁ ଅବଗତ କରାଇଥିଲେ।
ମୃତ ବ୍ଯକ୍ତିଙ୍କ ର ଭୋଟର ତାଲିକା ରୁ ବାଦ ଦେବା ସହିତ ୧୮ ବର୍ଷ ରୁ ଉର୍ଦ୍ଧ ଯୁବକ ଯୁବତୀ କିପରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଭୋଟର ତାଲିକା ରେ ନିଜର ନାମ ପଞ୍ଜୀକରଣ,ଆବଶ୍ୟକ ସ୍ଥଳେ ସଂଶୋଧନ କରିପାରିବେ ତା ଉପରେ ଅବଜରଭର ଶ୍ରୀ ଅଗ୍ରୱାଲ ଗୁରୁତ୍ୟ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ବଇତୁରା ଦୀପ,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ ଜିଲ୍ଲାପାଳ ଧର୍ମଗଡ ଧିମାନ ଚାକମା,ଉପ ଜିଲ୍ଲାପାଳ ଭବାନୀପାଟଣା,ପ୍ରଭାତ କୁମାର ପରିଡ଼ା, ଡେପୁଟି କଲେକ୍ଟର ନିର୍ବାଚନ ଶାଖା, ଚନ୍ଦ୍ରଦାସ ମହାନଦୀଆ,ସହ ନିର୍ଦ୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ଓ ସଂସ୍କୃତି ଅଧିକାରୀ,ବିବେକାନନ୍ଦ ମହାନନ୍ଦ, ତହସିଲଦାର ଭବାନୀପାଟଣା,ସୁଭ ସ୍ମିତା ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପାଳିକା ଭବାନୀପାଟନା ସତ୍ୟ ସମ୍ପର୍ଣ୍ଣl ରାଉତ, ରାଜନୈତିକ ଦଳ ଜାତୀୟ କଂଗ୍ରେସ ର ଜିଲ୍ଲା ଉପ ସଭାପତି, ଉଚ୍ଚବ ସାହୁ, ବି ଜେ ପି ର ସାଧାରଣ ସମ୍ପାଦକ ଜୟଶଙ୍କର ନାୟକ,ଆପ ଦଳର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

