Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଉକ୍ତସଭା ମଞ୍ଚରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦିଶ ମୁଣ୍ଡ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିକ୍ଷା ର ମହତ୍ବ ଓ ଶିକ୍ଷକଙ୍କ ଭୂମିକା ସଂପର୍କରେ ନୂତନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଅମରେନ୍ଦ୍ର ପଟ୍ଟନାୟକ ଓ ତପନ କୁମାର ବେହେରା , ନର୍ଲା ବ୍ଲକ ସଂଘର ସଂପାଦକ ଅମିତ ଶର୍ମା ଓ ଥୁଆମୂଳ ରାମପୁର ବ୍ଲକର ସଭାପତି ଅଜିତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଉଦବୋଧନ ଦେଇ ଥିଲେ । ଏଥି ସହ ସଦର ବ୍ଲକର ଉପସଭାପତି ବେଣୁଧର ବିଶ୍ୱାଳ , ଦୁଷ୍ମନ୍ତ ମାଝୀ , ପ୍ରଫୁଲ ବାଗ , କନିଷ୍ଠ ଶିକ୍ଷକ ସଂଘର ସାଂପାଦକ କାଳନ୍ଦ୍ରୀ ସ୍ୱାଇଁ, ଉପସଭାପତି ବିଜୟ କୁମାର ଦଳାଇ, ଅନ୍ୟାନ୍ୟ ସଦସ୍ୟ ଜଗତଜୀବନ ମହାନ୍ତି, ସମୀର ନିଳକଣ୍ଠ ମହାପାତ୍ର, ମୃତ୍ୟୁଞ୍ଜୟ ପ୍ରଧାନ, ପୁଷ୍ପଲତା ବେହେରା, ପ୍ରିୟମ୍ବଦା ପରିଡ଼ା , ସତ୍ୟମୟୀ ମାଳିନୀ, କସ୍ତୁରୀ ଚାଲାଣ,ସଭା ରେ ଉପସ୍ଥିତ ନୂତନ ଶିକ୍ଷକମାନଙ୍କୁ ପୁଷ୍ପଗୁଛ ସହ ସମ୍ମାନିତ କରିଥିଲେ । ଜିଲ୍ଳା ସଂଘର ସଂପାଦକ ତଥା ରାଜ୍ୟ ଏ ୟୁ ପି ଟି ଏଫ ର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ ରାଜ୍ୟରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସଂପର୍କୀତ ରାଜ୍ୟ କାର୍ଯ୍ୟକାରିଣୀ ଜରୁରୀ ବୈଠକରେ ଯୋଗ ଦେବା ପାଇଁ ଭୁବନେଶ୍ବର ଯାଇଥିଲେ ମଧ୍ୟ ସେଠାରେ ଥାଇ ନୂତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ୱାଗତ ଜଣାଇ ଆଶୀର୍ବାଦ ପ୍ରଦାନ କରିଥିଲେ । ସଭାରେ ୫୦ ରୁ ଉର୍ଦ୍ଧ୍ବ ନବାଗତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ଏବଂ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ ଅଧିନସ୍ଥ ନବ ନିଯୁକ୍ତ ସମସ୍ତ କନିଷ୍ଠ ଯୋଜନାଭିତ୍ତିକ ଶିକ୍ଷକଙ୍କୁ ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଙ୍ଘ ସ୍ୱାଗତ ସମ୍ବର୍ଦ୍ଧନା କରିଵା ସହ ନବ ନିଯୁକ୍ତ କନିଷ୍ଠ ଯୋଜନା ଭିତ୍ତିକ ଶିକ୍ଷକଙ୍କ ମଧ୍ୟରୁ ଜ୍ୟୋତିଷ କୁମାର ନାୟକ (ସଭାପତି), ସୁଶ୍ରୀ ଅରୁଣା ମହାରଣା (ଉପସଭାପତି) କିରନ କୁମାର ବେହେରା (ସମ୍ପାଦକ)ପ୍ରମୋଦ କୁମାର ମୁଦୁଲି (ସହ-ସମ୍ପାଦକ),ସୁଶ୍ରୀ ସିଦ୍ଧିସ୍ମିତା ଜେନା (କୋଷାଧକ୍ଷ) ରୁପେଶ କୁମାର ପ୍ରଧାନ( ମିଡ଼ିଆ କୋଅର୍ଡିନେଟର) , ସୁଶ୍ରୀ ବିଶ୍ୱେଶ୍ୱରୀ ଦାସ (ସୋସିଆଲ ମିଡ଼ିଆ କୋଅର୍ଡିନେଟର )ରହିଵା ସହ ଅଭିଜ୍ଞତା ପ୍ରାପ୍ତ ପ୍ରଦ୍ୟୁମ୍ନ କୁମାର ହୋତା ଙ୍କୁ ପରାମର୍ଶ ଦାତା ଦାୟିତ୍ୱ ଗ୍ରହଣ କରିବା ନିମନ୍ତେ ସମସ୍ତ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମର୍ଥନ ଜ୍ଞାପନ କରି କାର୍ଯ୍ୟକ୍ରମକୁ ଅତି ସୁନ୍ଦରତାର ସହ ସମ୍ପାଦନ କରିଥିଲେ । ସଂଘର ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ପରିସମାପ୍ତି କରିଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
