Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ବିଜେତା ହୋଇଥିବା ଛାତ୍ରଛାତ୍ରୀମାନେଙ୍କୁ ସମ୍ମାନିତ ଅତିଥିଙ୍କ ଠାରୁ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବରିଷ୍ଠ ଶିକ୍ଷକ ରାଜୁ କୁମାର ସାହୁ ଓ ପ୍ରତିଭା ସାହୁ ପରିଚାଳନା କରିଥିଲେ। ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ହିନ୍ଦୀଶିକ୍ଷକ ରାଜୁ କୁମାର ସାହୁଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିକ୍ଷୟିତ୍ରୀ ଗୀତାଞ୍ଜଳି ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦିଲ୍ଲୀପ ଦାଶଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନେ ଓଡିଶୀ, ସମ୍ବଲପୁରୀ, ଦେଶ ଭକ୍ତି ଆଦି ନୃତ୍ୟ ପରିବେଷଣ କରିଥିଲେ। ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ହିନ୍ଦୀଶିକ୍ଷକ ରାଜୁ କୁମାର ସାହୁଙ୍କ ରଚନା ଓ ନିର୍ଦେଶନାରେ ହାସ୍ୟ ଲଘୁ ନାଟକ “ଢ଼େଙ୍କି ” ଛାତ୍ରମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା।
ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟତ୍ରୀ ସ୍ୱପ୍ନା ପ୍ରଧାନ ଓ ଗୀତାଞ୍ଜଳି ତ୍ରିପାଠୀଙ୍କ ମାର୍ଗ ଦର୍ଶନରେ ପ୍ରାଚୀର ପତ୍ରିକା “କଳିକା”ର ଉନ୍ମୋଚନ ଅତିଥିମାନଙ୍କ କରକମଳରେ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷକ ଆଶୁତୋଷ ଦୁବେ, ଜଗମୋହନ ବିଶ୍ୱାଳ, ଉଦିତ ପ୍ରସାଦ ସିଂ,ଦିଲ୍ଲୀପ କୁମାର ଦାଶ,ମିନତି ଦାଶ,ପ୍ରଗତି ସେଠ, ଗୀତାଞ୍ଜଳି ନାଏକ, ସୁଦୀପ୍ତା ଦାଶ, ଆନନ୍ଦିନୀ ଠାକୁର, ସସ୍ମିତା ପଧାନ, ତିଲୋତ୍ତମା ବାରିକ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏହି ଉତ୍ସବକୁ ସଫଳ କରିବା ପାଇଁ ବିଦ୍ୟାଳୟର ଶିକ୍ଷୟତ୍ରୀ ତମସା ମହାପାତ୍ର,ନିରୁପମା ମଲ୍ଲିକ, ହେମା ସାଠୁଆ, ଅଫିସ ସହାୟକ ଲୋକନାଥ ନାଏକ, ପୁଷ୍ପାଞ୍ଜଳି ବେହେରା, ଚତୁର୍ଥଶ୍ରେଣୀ କର୍ମଚାରୀ ଗୋକୁଳ ଚନ୍ଦ୍ର ସାହୁ, ଧବଳେଶ୍ୱର ସିଂ, ସଂଜୀବ ଗୌଡ଼ ଏବଂ ନରେଶ ମାଝୀ ପ୍ରମୁଖ ସହାୟତା କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦେବୀପ୍ରସାଦ ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାପତି ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭାସାଙ୍ଗ ଘୋଷଣା କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
