ସ୍ଵାସ୍ଥ୍ୟମନ୍ତ୍ରୀ ବୁଲିଲେ ଧର୍ମଗଡ଼ ଉପଖଣ୍ଡ ର ବିଭିନ୍ନ ମଣ୍ଡି

ନ୍ୟୁଜ ଗ୍ୟାଲେରି,ଧର୍ମଗଡ:(ହେମନ୍ତ କୁମାର ମାଝୀ)ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଗସ୍ତ ରେ ଆସି ଜୁନାଗଡ଼, କଲମପୁର,କୋକସରା ଓ ଧର୍ମଗଡ ବ୍ଲକ ର ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରିବା ସହ ସ୍ଥାନୀୟ ଅଞ୍ଚଳର ଚାଷି ଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ବିଜେପି ର ନେତୃବୃନ୍ଦ ଙ୍କ ସହପ୍ରଥମେ କଲମପୁର ବ୍ଲକ ର କୁଟରୁ, ବିଜମରା ମଣ୍ଡି ପରିଦର୍ଶନ ପରେ କୋକସରା ବ୍ଲକ ର ମୋଟେର ମଣ୍ଡି ରେ ପହଞ୍ଚି ଚାଷି ଙ୍କ ସହ ମଣ୍ଡି ର ଆନୁସଙ୍ଗିକ ବ୍ୟବସ୍ଥା ନେଇ ଆଲୋଚନା କରିବା ପରେ ମଧ୍ୟାହ୍ନ ରେ ଇନ୍ଦ୍ରାବତୀ କୁସୁମଖୁଣ୍ଟି ଡିଭିଜନ ଇନ୍ଦ୍ରାବତୀ ଆବି ବଙ୍ଗଳା ରେ ଇନ୍ଦ୍ରାବତୀ ବାମ ଓ ମେଗାଲିଫ୍ଟ କେନାଲ ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀ ତ୍ରୁପ କୁମାର ପାତ୍ର ଓ ନିର୍ବାହୀ ଯନ୍ତ୍ରୀ ମେଗାଲିଫ୍ଟ ପ୍ରଣୟ କୁମାର ପ୍ରଧାନ ଓ ବିଭାଗୀୟ କର୍ମଚାରୀ ତାଙ୍କୁ ଫୁଲତୋଡା ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ମନ୍ତ୍ରୀ କୋକସରା ଧାନ ମଣ୍ଡି ରେ ପହଞ୍ଚି ମଣ୍ଡି ରେ ଏକ ସଭା ଉପସ୍ଥିତ ଚାଷି ଙ୍କୁ ରାଜ୍ୟ ସରକାରଙ୍କ ମଣ୍ଡି ପରିଚାଳନା ନେଇ ଆଲୋଚନା କରିଥିଲେ ଓ ଚାଷି ଙ୍କ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ପରେ ମନ୍ତ୍ରୀ ଟେମରା ମଣ୍ଡି,ଧର୍ମଗଡ ବ୍ଲକ ବେହେରା ମଣ୍ଡି ଓ ଧର୍ମଗଡ ମଣ୍ଡି ରେ ଚାଷି ଙ୍କ ସହ ମଣ୍ଡି ରେ ଧାନ ବିକ୍ରି ଓ ରାଜ୍ୟ ସରକାର ଘୋଷଣା କରିଥିବା ଧାନ ର ସହାୟକ ମୂଲ୍ୟ ୩୧୦୦ ନେଇ ଓ ଅନ୍ୟାନ୍ୟ ଭିତ୍ତିଭୂମି ନେଇ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଗସ୍ତ ସମୟରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ,କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା, କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋଜ ମେହେର,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟଙ୍କଧର ନାଏକ, ବିଜେପି ନେତା ଭବେନ୍ଦ୍ର ପଣ୍ଡା, ପୂର୍ବତନ ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଓମଫୋଡ ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ, ମହିଳା ମୋର୍ଚ୍ଚା ସୁକାନ୍ତି ସା, ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରମିଷ୍ଟା ମେହେର, ହିମାଂଶୁ ପଣ୍ଡା, ହରେକୃଷ୍ଣ ପଣ୍ଡା, ହେମନ୍ତ ମାଝୀ, ଅପ୍ରେସ ସ୍ଵାଇଁ, ଵିଭୁଦତ୍ତ ପ୍ରଧାନୀ, ଜୟ ଶଙ୍କର ମୁଣ୍ଡ, ପ୍ରମୁଖ ମନ୍ତ୍ରୀ ଙ୍କ ଗସ୍ତ ସମୟରେ ଉପସ୍ଥିତ ରହିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts