ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସହରର ୱାର୍ଡ ନମ୍ବର ୨ ସ୍ଥିତ ଆଇ. ଟି. ଆଇ. ସମ୍ମୁଖରେ ଥିବା ସୀତାବୋର୍ଡି ପଡା ରଜା ରାଜୁଡା ଅମଳରୁ ବସତି ସ୍ଥାପନ କରି ରହି ଆସୁଛନ୍ତି । ଓଡିଶା ସରକାରଙ୍କ ବସ୍ତି ଆଇନ ୨୦୧୭ ଅନୁଯାୟୀ ପଡ଼ାର ୪୨ ଗୋଟି ପରିବାର କୁ ସର୍ଭେ ଭୁକ୍ତ କରାଯାଇ ତନମଧ୍ୟରୁ ୧୩ଗୋଟି ପରିବାରକୁ ପଟ୍ଟା ଦିଆଯାଇଥିଲା ଏବଂ ଅନ୍ୟ ୨୯ଗୋଟି ପରିବାରକୁ ସାର୍ଟିଫିକେଟବଣ୍ଟନ କରାଯାଇନଥିଲା
ଆଜକୁ ୩ବର୍ଷରୁ ଅଧିକ ସମୟ ହେଲାଣି ବସ୍ତିବାସିନ୍ଦା ପୌରପାଳିକା କାର୍ଯ୍ୟଳୟ ରୁ ସେମାନେ ଘର ଡିହପଟ୍ଟା ଖଣ୍ଡିକ ପାଇପାରିଲେ ନାହିଁ । ଓଡିଶା ସରକାର ବସ୍ତିଆଇନ କୁ ଏକ ଐତିହାସିକ ଆଇନ କହି ସହରର ବିଭନ୍ନ ବସ୍ତିରେ ହୋଡିଂ ଲଗେଇଛନ୍ତି । କିନ୍ତୁ ଆଜିବି ସହରର ଅନେକ ବସ୍ତି ସର୍ଭେରୁ ବାଦ ପଡ଼ିଥିବା ବେଳେ ପାଖାପାଖି ଦଶ ହଜାରରୁ ଉର୍ଦ୍ଧ ପରିବାର ପଟ୍ଟା ପାଇବାରୁ ବଞ୍ଚିତ ଅଛନ୍ତି । ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମିତି ର ବରିଷ୍ଠ ସଦସ୍ୟ ସରୋଜ ବାଗ ଙ୍କ ନେତୃତ୍ୱ ରେ ସୀତାବୋର୍ଡି ପଡା ବସ୍ତିବାସିନ୍ଦା ପୌରପାଳିକା କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସମିତିର ଆବାହକ ଗିରିଧାରୀ ପାତ୍ର,ଶକ୍ତିରଞ୍ଜନ ଛତ୍ରିଆ, ଅଭୟ ନାୟକ, ଚତୁର୍ଥଭୁଜ ନାଏକ, ଜଗନ୍ନାଥ ନାଏକ, ବବିତାରାଣୀ ଦାସ, ମନ୍ଦାକିନୀ ବାଣୁଆ, ତପସ୍ୱିନୀ ନାଏକ, ସ୍ନିଗ୍ଧl ରାଣୀ ପଟନାୟକ, ରୋହିଣୀ ମାଝୀ,ରଶ୍ମିତା ମାଝୀ ଓ ଅନେକ ବସ୍ତିବାସିନ୍ଦା ଯୋଗଦେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟସମ୍ପନ୍ନା ରାଉତ ଆସି ଦାବିପତ୍ର ଗ୍ରହଣ କରିବାସହ ସାତ ଦିନ ଭିତରେ ତହସିଲଦାରଙ୍କ ସହ ବସ୍ତିକୁ ଯାଇ ଅନୁସନ୍ଧାନ କଲାପରେ ନିଶ୍ଚୟ ପଦକ୍ଷେପ ନେବିବୋଲି କଥାଦେଇଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

