ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସହରର ୱାର୍ଡ ନମ୍ବର ୨ ସ୍ଥିତ ଆଇ. ଟି. ଆଇ. ସମ୍ମୁଖରେ ଥିବା ସୀତାବୋର୍ଡି ପଡା ରଜା ରାଜୁଡା ଅମଳରୁ ବସତି ସ୍ଥାପନ କରି ରହି ଆସୁଛନ୍ତି । ଓଡିଶା ସରକାରଙ୍କ ବସ୍ତି ଆଇନ ୨୦୧୭ ଅନୁଯାୟୀ ପଡ଼ାର ୪୨ ଗୋଟି ପରିବାର କୁ ସର୍ଭେ ଭୁକ୍ତ କରାଯାଇ ତନମଧ୍ୟରୁ ୧୩ଗୋଟି ପରିବାରକୁ ପଟ୍ଟା ଦିଆଯାଇଥିଲା ଏବଂ ଅନ୍ୟ ୨୯ଗୋଟି ପରିବାରକୁ ସାର୍ଟିଫିକେଟବଣ୍ଟନ କରାଯାଇନଥିଲା
ଆଜକୁ ୩ବର୍ଷରୁ ଅଧିକ ସମୟ ହେଲାଣି ବସ୍ତିବାସିନ୍ଦା ପୌରପାଳିକା କାର୍ଯ୍ୟଳୟ ରୁ ସେମାନେ ଘର ଡିହପଟ୍ଟା ଖଣ୍ଡିକ ପାଇପାରିଲେ ନାହିଁ । ଓଡିଶା ସରକାର ବସ୍ତିଆଇନ କୁ ଏକ ଐତିହାସିକ ଆଇନ କହି ସହରର ବିଭନ୍ନ ବସ୍ତିରେ ହୋଡିଂ ଲଗେଇଛନ୍ତି । କିନ୍ତୁ ଆଜିବି ସହରର ଅନେକ ବସ୍ତି ସର୍ଭେରୁ ବାଦ ପଡ଼ିଥିବା ବେଳେ ପାଖାପାଖି ଦଶ ହଜାରରୁ ଉର୍ଦ୍ଧ ପରିବାର ପଟ୍ଟା ପାଇବାରୁ ବଞ୍ଚିତ ଅଛନ୍ତି । ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମିତି ର ବରିଷ୍ଠ ସଦସ୍ୟ ସରୋଜ ବାଗ ଙ୍କ ନେତୃତ୍ୱ ରେ ସୀତାବୋର୍ଡି ପଡା ବସ୍ତିବାସିନ୍ଦା ପୌରପାଳିକା କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସମିତିର ଆବାହକ ଗିରିଧାରୀ ପାତ୍ର,ଶକ୍ତିରଞ୍ଜନ ଛତ୍ରିଆ, ଅଭୟ ନାୟକ, ଚତୁର୍ଥଭୁଜ ନାଏକ, ଜଗନ୍ନାଥ ନାଏକ, ବବିତାରାଣୀ ଦାସ, ମନ୍ଦାକିନୀ ବାଣୁଆ, ତପସ୍ୱିନୀ ନାଏକ, ସ୍ନିଗ୍ଧl ରାଣୀ ପଟନାୟକ, ରୋହିଣୀ ମାଝୀ,ରଶ୍ମିତା ମାଝୀ ଓ ଅନେକ ବସ୍ତିବାସିନ୍ଦା ଯୋଗଦେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟସମ୍ପନ୍ନା ରାଉତ ଆସି ଦାବିପତ୍ର ଗ୍ରହଣ କରିବାସହ ସାତ ଦିନ ଭିତରେ ତହସିଲଦାରଙ୍କ ସହ ବସ୍ତିକୁ ଯାଇ ଅନୁସନ୍ଧାନ କଲାପରେ ନିଶ୍ଚୟ ପଦକ୍ଷେପ ନେବିବୋଲି କଥାଦେଇଥିଲେ ।

Latest entries
ରାଜ୍ୟ ଜିଲ୍ଲା ଖବରJuly 7, 2025କାଶୀପୁର ବ୍ଲକରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ନିରାକରଣ ନିମନ୍ତେ ଉପଜିଲ୍ଲାପାଳଙ୍କ ସଚେତନତା ବୈଠକ
ଜିଲ୍ଲା ଖବରJuly 7, 2025ବିଶିଷ୍ଟ ବ୍ୟକ୍ତିତ୍ଵ ଙ୍କ ପ୍ରେରଣାଦାୟୀ ଭାବ ବିନିମୟ ର ଅଭିନବ କାର୍ଯ୍ୟକ୍ରମ
ଜିଲ୍ଲା ଖବରJuly 3, 2025କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କଶୃପଡ଼ା ସେକ୍ସନ ବନ ମହୋତ୍ସବ ପାଳିତ
ଜିଲ୍ଲା ଖବରJuly 2, 2025ଜଳନ୍ଧର ନାଏକ ହେଲେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟ ସଭାପତି