ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଅର୍ନ୍ତଜାତୀୟ ମହିଳା ଦିବସ -୨୦୨୪ରେ ହାରପିକ ବିଦ୍ୟାଳୟ ପରିମଳ କାର୍ଯ୍ୟକ୍ରମ ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ଠାରେ ପାଳିତ ହୋଇଯାଇଛି ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହାରପିକ୍ ବିଦ୍ୟାଳୟ ପରିମଳ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ତୁଳସୀ ରାମ ନାୟକ ସମ୍ମାନୀତ ଅତିଥି କାଳି ପ୍ରସାଦ ଆଚାର୍ଯ୍ୟ ଆଶିଷ କୁମାର ପଣ୍ଡା ଉପା ଧ୍ଯକ୍ଷ ବିଦ୍ୟାଳୟ ପରିଚାଳନା କମିଟି ପ୍ରମୁଖ ଯୋଗଦେଇ ମହିଳା ଦିବସ ପାଳନର ଆଭିମୁଖ୍ୟ ସଂମ୍ପର୍କରେ ଆଲୋକପାତ କରିଥିଲେ ।
ଏହି ପରିପ୍ରେକ୍ଷିରେ ଛାତ୍ର-ଛାତ୍ରୀ ମାନ ଙ୍କୁ ନେଇ ଏକ ସଚେତନ ଶୋଭାଯାତ୍ରା କରି ବାଳିକା ମାନଙ୍କ ମଧ୍ୟରେ ବିଭିନ୍ନ ଖେଳ ପ୍ରତିଯୋଗୀତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଟ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ , ପ୍ରତିଭା ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଂଯୁକ୍ତା ଦାଶ, କଲ୍ୟାଣୀ ଦାସ ପରିଚାଳନା ରେ ସହଯୋଗ କରିଥିଲେ ନିଶା ମଣୀ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

