ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଆର୍ଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଜାତୀୟ ଶିଶୁ କଳା ପ୍ରତିଯୋଗୀତା ମେଡିନିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଭାଗ ନେଇଥିବା ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଛତ୍ର-ଛାତ୍ରୀ ଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ ପରିସର ରେ ଆୟୋଜିତ ଭବ୍ୟ ଉତ୍ସବ ରେ ମୁଖ୍ୟ ଅତିଥି ଲବ୍ଧ ପ୍ରତିଷ୍ଠିତ ଚିତ୍ର ଶିଳ୍ପୀ ମୁକୁନ୍ଦ ରେଡ଼ି , ସମ୍ମାନିତ ଅତିଥି ମଞ୍ଜୁରୀ ନାଗ (ଅଧ୍ୟକ୍ଷା) ଆଶିଷ କୁମାର ପଣ୍ଡା (ଉପାଧ୍ୟକ୍ଷ )ବିଦ୍ୟାଳୟ ପରିଚାଳନା କମିଟି ପ୍ରମୁଖ ଯୋଗ ଦାନ କରି ସମସ୍ତ ପ୍ରତିଯୋଗୀ ଓ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।
ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ ସମସ୍ତ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରତିଭା ଦାଶ, ନିଶାମଣି ଦେଇ, ଗୀତାଞ୍ଜଳୀ ସିଂ ଦେଓ ଓ ଯମୁନା ଛତ୍ରିଆ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ବିଦ୍ୟାଳୟ ହାଉସ କ୍ୟାପଟେନ ସମୀକ୍ଷା ଦୀପ ଓ କମାଣ୍ଡର କରନ ନିଆଲ୍ ଅତିଥି ସ୍ଵାଗତ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

