ନ୍ୟୁଜଗ୍ୟାଲେରି,ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଡୁମେରଗୁଡା ମାଁ ବସ୍ତରେନ କଳାପରିଷଦ ଆନୁକୁଲ୍ୟରେ ପଶ୍ଚିମ ଓଡ଼ିଶାର ଭାଷା,କଳା,ସାହିତ୍ୟ ଓ ସଂସ୍କୃତିର ପ୍ରଚାରକ, ସାରା ପଶ୍ଚିମ ଓଡ଼ିଶାରେ ଗୋଟିଏ ଦିନରେ ନୂଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବ ର ଜନକ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଅଛି।
କବି ଦୀପକ କୁମାର ସୁନାନୀ ଙ୍କ ଆବାହକତ୍ବ ରେ ଡୁମେରଗୁଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଆଇନଜୀବି ଦେବାର୍ଚ୍ଚନ ସେଠିଆ, ମୁଖ୍ୟ ଅତିଥି ଶିକ୍ଷକ ତପନ ନାଏକ,ସମ୍ମାନିତ ଅତିଥି ରମେଶ ଚନ୍ଦ୍ର ନାଏକ,ଗରିବ ହରିପାଲ, ଲମ୍ବୋଦର ସା ଙ୍କ ସମେତ ଡୁମେରଗୁଡା ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଗୁରୁ ଭଗବାନ ସାହୁ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ସାରା ଜୀବନ ତ୍ୟାଗ,ଅବଦାନ ଏବଂ ବଳିଦାନ ଉପରେ ଆଲୋକପାତ କରିବା ସହ ଏହିଭଳି ଏକ ମହାନ ବ୍ୟକ୍ତିତ୍ଵ ଅବହେଳିତ ହୋଇରହିବା ଭାଷା,କଳା ,ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପଶ୍ଚିମାଞ୍ଚଳ ପାଇଁ ଏକ ଦୁର୍ଭାଗ୍ୟ ବିଷୟ ବୋଲି ଆଲୋଚନା ରେ ମତ ପ୍ରକାଶ ପାଇଥିଲା ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

