ନ୍ୟୁଜଗ୍ୟାଲେରି,ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଡୁମେରଗୁଡା ମାଁ ବସ୍ତରେନ କଳାପରିଷଦ ଆନୁକୁଲ୍ୟରେ ପଶ୍ଚିମ ଓଡ଼ିଶାର ଭାଷା,କଳା,ସାହିତ୍ୟ ଓ ସଂସ୍କୃତିର ପ୍ରଚାରକ, ସାରା ପଶ୍ଚିମ ଓଡ଼ିଶାରେ ଗୋଟିଏ ଦିନରେ ନୂଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବ ର ଜନକ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଅଛି।
କବି ଦୀପକ କୁମାର ସୁନାନୀ ଙ୍କ ଆବାହକତ୍ବ ରେ ଡୁମେରଗୁଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଆଇନଜୀବି ଦେବାର୍ଚ୍ଚନ ସେଠିଆ, ମୁଖ୍ୟ ଅତିଥି ଶିକ୍ଷକ ତପନ ନାଏକ,ସମ୍ମାନିତ ଅତିଥି ରମେଶ ଚନ୍ଦ୍ର ନାଏକ,ଗରିବ ହରିପାଲ, ଲମ୍ବୋଦର ସା ଙ୍କ ସମେତ ଡୁମେରଗୁଡା ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଗୁରୁ ଭଗବାନ ସାହୁ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ସାରା ଜୀବନ ତ୍ୟାଗ,ଅବଦାନ ଏବଂ ବଳିଦାନ ଉପରେ ଆଲୋକପାତ କରିବା ସହ ଏହିଭଳି ଏକ ମହାନ ବ୍ୟକ୍ତିତ୍ଵ ଅବହେଳିତ ହୋଇରହିବା ଭାଷା,କଳା ,ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପଶ୍ଚିମାଞ୍ଚଳ ପାଇଁ ଏକ ଦୁର୍ଭାଗ୍ୟ ବିଷୟ ବୋଲି ଆଲୋଚନା ରେ ମତ ପ୍ରକାଶ ପାଇଥିଲା ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

