କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ସହକାରୀ ଯନ୍ତ୍ରୀ ଙ୍କ ଅନ୍ୟତ୍ର ବଦଳି ଦାବି

0 minutes, 0 seconds Read

କଳାହାଣ୍ଡି: ଥୁଆମୂଳ ରାମପୁର,( ଲକ୍ଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ) ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତିର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେଙ୍କ ବଦଳିକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ବଦଳିକୁ ନେଇ ଶାସକ ପ୍ରଶାସକ ମଧ୍ୟରେ ଲାଗିରହିଥିଲା ଅନ୍ତର୍ଦ୍ବନ୍ଦ । ସୂଚନା ମୁତାବକ ଗତ ଏପ୍ରିଲ ୧୧ ତାରିଖ ପତ୍ର ସଂଖ୍ୟା ୨୨୪୩ ରେ ତାଙ୍କୁ ଥୁଆମୂଳ ରାମପୁର ବ୍ଲକରୁ ଅନ୍ୟତ୍ର ବଦଳି ହୋଇଥିବା ବେଳେ ସେ ଥୁଆମୂଳ ରାମପୁର ବ୍ଲକରୁ ଛାଡି ନଥିଲେ।ଯାହାକୁ ବିଭିନ୍ନ ସ୍ତରରେ ଆଲୋଚନା ସମାଲୋଚନା ଚାଲିଥିଲା।ଥୁଆମୂଳ ରାମପୁର ବ୍ଲକର ନିର୍ବାଚିତ ଜନପ୍ରତିନିଧି ମାନଙ୍କ ପ୍ରତି ଅସଦାଚରଣ କରୁଥିବା ବେଳେ, ବିଭିନ୍ନ ସମୟରେ ସେମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିବା ସହିତ କୌଣସି ସହଯୋଗ କରୁନଥିବା ଭଳି ଅଭିଯୋଗ ବ୍ଲକ ପ୍ରଶାସନ ପାଖରେ ଜଣାଇଥିଲେ।ଏପରିକି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ମଧ୍ୟ ସମ୍ମାନ ଦେଉନଥିବା ବେଳେ ମନମୁଖୀ କାର୍ଯ୍ୟ ଶୈଳୀରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ। ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ନେତୃତ୍ୱରେ ଡୁମେରପଦର ସମିତି ସଭ୍ୟ ରାଇଦାସ ନାଏକ, ଗୋପାଳପୁର ସମିତି ସଭ୍ୟା ସଞ୍ଜୁ କୁମାରୀ ନାୟକ, ସିଲେଟ ସମିତି ସଭ୍ୟ ବିପିନ ବିହାରୀ ନାଏକ, ବାଗଡିଆଣି ସମିତି ସଭ୍ୟ ଘାସିରାମ ମାଝୀ ଥୁଆମୂଳ ରାମପୁର ବ୍ଲକ ସରପଞ୍ଚ ସଂଘର ସଭାପତି ବଳଭଦ୍ର ଜାନୀ,କାଣିଗୁମା ସରପଞ୍ଚ ଧ୍ରୁବକାନ୍ତ ମାଝୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ ସଭ୍ୟା ଏବଂ ସରପଞ୍ଚ ମାନେ ଏକତ୍ରିତ ହୋଇ ବିଡ଼ିଓ ଶୁଭକାନ୍ତ ନାଏକଙ୍କ ପାଖରେ ଉପସ୍ଥିତ ରହି ତୁରନ୍ତ ଆମ ସମ୍ମୁଖରେ ସହକାରୀ ଯନ୍ତ୍ରୀ ଶ୍ରୀ ପାଣ୍ଡେଙ୍କୁ ତୁରନ୍ତ ଥୁଆମୂଳ ରାମପୁର ବ୍ଲକ ଛାଡିବା ପାଇଁ ନିର୍ଦ୍ଦେଶ ନାମା ଜାରି କରାଯାଉ ବୋଲି ଅଡି ବସିଥିଲେ।ପରେ ବିଡ଼ିଓ ଶ୍ରୀ ନାଏକ ଏହି ଦିନ ହିଁ ବ୍ଲକ ଛାଡିବାକୁ ଆଦେଶ ଦେଇଥିବା ସୂଚନା ମିଳିଛି।ଥୁଆମୂଳ ରାମପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବରେ ପରିଚିତ। ଏହି ଅଞ୍ଚଳର ସାମୂହିକ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଛି।କିନ୍ତୁ ଏସବୁ ଉନ୍ନୟନ କାର୍ଯ୍ୟ ଗୁଡିକ କାର୍ଯ୍ୟାଳୟ ସ୍ତରରେ ହେବାର ବ୍ୟବସ୍ଥା ରହିଥିବା ବେଳେ ,ଠିକାଦାର ପୋଷା ନୀତିରେ ନିଜ ଇଚ୍ଛାରେ କାର୍ଯ୍ୟ ବଣ୍ଟନ କରୁଥିଲେ।ହେଲେ ଏସବୁ କାର୍ଯ୍ୟ ଗୁଡିକରେ ଉଚିତ ତଦାରଖର ଅବହେଳା ରହି ଆସୁଥିବା ଅଭିଯୋଗ ମଧ୍ୟ ରହିଆସୁଛି।ଏପରିକି ସହକାରୀ ଯନ୍ତ୍ରୀ ଶ୍ରୀ ପାଣ୍ଡେ ବ୍ଲକରେ ନିଜର ଆଧିପତ୍ୟ ଜମାଇ ରଖିଥିବା ବେଳେ କାହା ଛତ୍ର ଛାୟାରେ ଏଭଳି କରୁଛନ୍ତି ବୋଲି କିଛି ଜନ ପ୍ରତିନିଧି ସମାଲୋଚନା କରିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଇଂ ସାଲକୋ ହେମ୍ବ୍ରମଙ୍କୁ ନିଯୁକ୍ତି ମିଳିଥିବା ବେଳେ ଯାହାକୁ ନେଇ ସହକାରୀ ଯନ୍ତ୍ରୀ ଶ୍ରୀ ପାଣ୍ଡେ ଅସନ୍ତୋଷ ଥିବା ଚର୍ଚ୍ଚା ଘନୀଭୂତ ହୋଇଥିଲା।ପରେ କୌଣସି କାରଣ ବଶତଃ ଜିଲ୍ଲା ପ୍ରଶାସନ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ହେମ୍ବ୍ରମଙ୍କୁ ଲାଞ୍ଜିଗଡ଼ ବ୍ଲକକୁ କରାଯାଇଥିଲା । ଯାହାକୁ ନେଇ ସାଧରଣରେ ଚର୍ଚ୍ଚା ଜୋର୍ ଧରିଥିଲା।ଅନ୍ୟ ପଟରେ ୬ ମାସ ହେବ ବ୍ଲକରେ ପଞ୍ଚାୟତ ସମିତି ବୈଠକ ଡାକରା ହୋଇନଥିବା ବେଳେ ଏଥିପାଇଁ ବ୍ଲକ୍ ପ୍ରଶାସନ ହିଁ ଦାୟୀ ବୋଲି ସମିତି ସଭ୍ୟ ସଭ୍ୟା ମାନେ ଅଭିଯୋଗ ଆଣିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts