ନ୍ୟୁଜଗ୍ୟାଲେରି,ଭବାନୀପାଟଣା : ଧର୍ମଗଡ ଜିଲ୍ଲା ଗଠନ ଦାବୀକୁନେଇ ଗଣଧାରଣା କୁ ଧର୍ମଗଡ, କୋକସରା ଓ ଜୟ ପାଟଣା ଅଞ୍ଚଳର ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଧର୍ମଗଡ ଜିଲ୍ଲା ଦାବୀ କୁ ନୈତିକ ସମର୍ଥନ କରି ଶତାଧିକ ସଦସ୍ୟା ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନିର୍ଦ୍ଦିଷ୍ଟ କାଳପାଇଁ ଗଣଧାରଣା ବସିଛନ୍ତି।
ଧର୍ମଗଡ କୁ ଜିଲ୍ଲା ଦାବୀ କରି “ଧର୍ମଗଡ କୁ ଜିଲ୍ଲା ନାହିଁ ତ ଭୋଟ ନାହିଁ ଓ ଭୋଟ ବର୍ଜନ କରାଯିବ” ବୋଲି ସ୍ଵୟଂ ସହାୟକ ଗୋଷ୍ଠୀ ର ମାଆ ମାନେ ନାରା ଦେଇଥିଲେ। ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ରତନ ନାଏକ, ସନ୍ତୋଷ ପାଢ଼ୀ, ସୁବାସ ଚନ୍ଦ୍ର ପାଣିଗ୍ରାହି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ବିଜୁ ଜନତା ଦଳର ଜିଲ୍ଲା ଉପ ସଭାପତି ପ୍ରଦୀପ କୁମାର ମୁଣ୍ଡ ଗଣ ଧାରଣା ସ୍ଥଳରେ ଯୋଗ ଦେଇ ଧର୍ମଗଡ ଜିଲ୍ଲା ଦାବୀ ଯଥାର୍ଥ ବୋଲି ପ୍ରକାଶ କରିଥିଲେ। ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିଲା। ଗଣଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ସମର୍ଥନ କରୁଛନ୍ତି।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

