ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ରାଜ୍ୟ ସରକାର ରାଜ୍ୟରେ ୨୦ ଜଣ ନୂଆ ଜିଲ୍ଲାପାଳ ଙ୍କୁ ଅଦଳ ବଦଳ ନିଯୁକ୍ତି ଘୋଷଣା କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ଅଦଳବଦଳ ଯୋଗୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ବଦଳି ଓ ନିଯୁକ୍ତି ମିଳିଛି। କଳାହାଣ୍ଡିଜିଲ୍ଲା ରେ ପୂର୍ବରୁ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ରତ ଥିଲେ ପାୱାର ସଚିନ ପ୍ରକାଶ ଙ୍କୁ ନୂତନ କଳାହାଣ୍ଡି ଜିଲ୍ଲାପାଳ ଭାବେ ଦାଇତ୍ୱ ଦିଆଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କୁ ଯାଜପୁର ଜିଲ୍ଲାପାଳ ଦାଇତ୍ୱ ପ୍ରଦାନ କରାଯାଇଛି। ତାଙ୍କ ଯାଗାରେ ୨୦୧୯ ବ୍ୟାଚର ଆଇଏଏସ୍ ଅଧିକାରୀ ତଥା ମାଲକାନଗିରି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ କଳାହାଣ୍ଡିର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ତେବେ ପି. ଅନ୍ୱେଷା ରେଡ୍ଡୀ କଳାହାଣ୍ଡି ଜିଲ୍ଲାପାଳ ଭାବେ ଅତି ନିଷ୍ଠାର ସହ ନିଜ ଦାୟିତ୍ୱ ସଂପାଦନ କରିଥିଲେ । ନୂତନ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମଧ୍ୟ କଳାହାଣ୍ଡିର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ଜିଲ୍ଲାବାସୀ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

