ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜଣେ ଖ୍ୟାତନାମା ବୈଦିକ କର୍ମକାଣ୍ଡ ବିଶାରଦ ଅବସର ପ୍ରାପ୍ତ ସଂସ୍କୃତ ପଣ୍ଡିତ କିଶୋର ଚନ୍ଦ୍ର ଶତପଥୀ ଙ୍କ ଅଗଷ୍ଟ ୬ ତାରିଖ ମଙ୍ଗଳ ବାର ଦିନ ୧୨ ଟା ୩୦ ମିନିଟ ୮୩ ବର୍ଷ ବୟସରେ ନିଜ ବାସ ଭବନରେ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ମିହିର, ମନୋଜ, ମହେନ୍ଦ୍ର ଓ ମହେଶ, ବୋହୁ ରଶ୍ମିତା, ପ୍ରିୟତମା, ଆରତୀ ଏବଂ ଝିଅ ପ୍ରତିମା, ପ୍ରଣିତା, ଜ୍ୟୋଇଁ ଉତ୍ତମ ଚନ୍ଦନ ସମେତ ନାତି ନାତୁଣୀ ଉପସ୍ଥିତ ଥିଲେ। ସ୍ବର୍ଗତ ଶତପଥୀ ଭବାନୀପାଟଣାର ମାଣିକେଶ୍ଵରୀ ହାଇସ୍କୁଲ୍ ରେ ସଂସ୍କୃତ ଶିକ୍ଷକ ଭାବରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ପଷ୍ଟିକୁଡ଼ି, କୁରୁଗୁଡ଼ା ଓ ଆମପାଣି ଆଶ୍ରମ ହାଇସ୍କୁଲ୍ ରେ ସଂସ୍କୃତ ଶିକ୍ଷକ ଭାବରେ କାର୍ଯ୍ୟ କରି ଅବସର ନେଇଥିଲେ। ଜଣେ ଆଦର୍ଶ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ସେ ସମସ୍ତଙ୍କ ପ୍ରିୟ ଥିବା ସହ ବୈଦିକ କର୍ମକାଣ୍ଡ ଓ ଜ୍ୟୋତିଷ ବିଦ୍ୟାରେ ମଧ୍ୟ ଜଣେ ଧୁରିଣ ବିଶାରଦ ଥିଲେ। ଶମ୍ଭୁ ନଗର ପଡ଼ା ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିଲା। ବଡ ପୁଅ ମିହିର ମୁଖଗ୍ନି ଦେଇଥିଲେ। ତାଙ୍କର ବିୟୋଗରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ସଭାପତି ଜଗନ୍ନାଥ ମୁଣ୍ଡ ଓ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

