ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜଣେ ଖ୍ୟାତନାମା ବୈଦିକ କର୍ମକାଣ୍ଡ ବିଶାରଦ ଅବସର ପ୍ରାପ୍ତ ସଂସ୍କୃତ ପଣ୍ଡିତ କିଶୋର ଚନ୍ଦ୍ର ଶତପଥୀ ଙ୍କ ଅଗଷ୍ଟ ୬ ତାରିଖ ମଙ୍ଗଳ ବାର ଦିନ ୧୨ ଟା ୩୦ ମିନିଟ ୮୩ ବର୍ଷ ବୟସରେ ନିଜ ବାସ ଭବନରେ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ମିହିର, ମନୋଜ, ମହେନ୍ଦ୍ର ଓ ମହେଶ, ବୋହୁ ରଶ୍ମିତା, ପ୍ରିୟତମା, ଆରତୀ ଏବଂ ଝିଅ ପ୍ରତିମା, ପ୍ରଣିତା, ଜ୍ୟୋଇଁ ଉତ୍ତମ ଚନ୍ଦନ ସମେତ ନାତି ନାତୁଣୀ ଉପସ୍ଥିତ ଥିଲେ। ସ୍ବର୍ଗତ ଶତପଥୀ ଭବାନୀପାଟଣାର ମାଣିକେଶ୍ଵରୀ ହାଇସ୍କୁଲ୍ ରେ ସଂସ୍କୃତ ଶିକ୍ଷକ ଭାବରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ପଷ୍ଟିକୁଡ଼ି, କୁରୁଗୁଡ଼ା ଓ ଆମପାଣି ଆଶ୍ରମ ହାଇସ୍କୁଲ୍ ରେ ସଂସ୍କୃତ ଶିକ୍ଷକ ଭାବରେ କାର୍ଯ୍ୟ କରି ଅବସର ନେଇଥିଲେ। ଜଣେ ଆଦର୍ଶ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ସେ ସମସ୍ତଙ୍କ ପ୍ରିୟ ଥିବା ସହ ବୈଦିକ କର୍ମକାଣ୍ଡ ଓ ଜ୍ୟୋତିଷ ବିଦ୍ୟାରେ ମଧ୍ୟ ଜଣେ ଧୁରିଣ ବିଶାରଦ ଥିଲେ। ଶମ୍ଭୁ ନଗର ପଡ଼ା ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିଲା। ବଡ ପୁଅ ମିହିର ମୁଖଗ୍ନି ଦେଇଥିଲେ। ତାଙ୍କର ବିୟୋଗରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ସଭାପତି ଜଗନ୍ନାଥ ମୁଣ୍ଡ ଓ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

