ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଏବଂ ଆଦିବାସୀ ସଂଙ୍ଘ ତରଫରୁ ମଦନପୁର ରାମପୁର ବ୍ଲକର ଡୁଡୁକାରଞ୍ଜ। ପଞ୍ଚାୟତ ଅନ୍ତର୍ଗତ ଫିଲବାଞ୍ଜି ଗ୍ରାମ ଠାରେ କମ୍ବଳ ବଣ୍ଟନ କରାଯାଇଅଛି ।
ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଗ୍ରାମବାସୀ ସମସ୍ତ ମୌଳିକ ସୁବିଧା ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି,ପିଇବା ପାଣି ଆଦି ବିଭିନ୍ନ ଅସୁବିଧାରୁ ବଞ୍ଚିତ ଗମନାଗମନ ର ସୁବିଧା ନାହିଁ। କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଙ୍ଘ ର ସଭାପତି ପ୍ରଦୀପ କୁମାର ଦାସ(ବାପି ), ଯୁଗ୍ମ ସମ୍ପାଦକ ଦୀପକ ସାଗର କୁମାର ଏବଂ ଆଦିବାସୀ ସଂଙ୍ଘ ତରଫରୁ ଧବଳେଶ୍ୱର ମାଝୀ ଏହି ଫିଲବାଞ୍ଜି ଗ୍ରାମକୁ ଯିବା ବାଟରେ ଡୁଡୁକାରଞ୍ଜ। ଗ୍ରାମ ପାରି ହେବା ପରେ ଚାରିଚକ ବିଶିଷ୍ଟ ଗାଡିକୁ ଅଧବାଟରେ (ପିପାଡ଼ି ) ଠାରେ ରଖି ମଟର ସାଇକଲ ଯୋଗେ ଦୁଇଟି ନାଳ ପାର ହୋଇ ଯାଇ ପହଞ୍ଚିଥିଲେ । ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ ଦାସ ଙ୍କ ଗରିବ ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।
ଏହି ଗ୍ରାମର ଈଶାକ ଦିଗାଲ, ପ୍ରବୀଣ ଦିଗାଲ, ରଣା ମାଝୀ, ଲଳିତା ଦିଗାଲ, ସରସ୍ବତୀ ମାଝୀ, ବିକାଶ ଦିଗାଲ,ମାନେଶ୍ଵର ହରିଜନ ଆଦି ସହଯୋଗ କରିଥିଲେ । କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ ଦାସଙ୍କ ଏହିଭଳି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ମାନଙ୍କୁ ସାଧାରଣ ମହଲ ରେ ବେଶ ପ୍ରଶଂସା କରାଯାଉଅଛି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

