ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଏବଂ ଆଦିବାସୀ ସଂଙ୍ଘ ତରଫରୁ ମଦନପୁର ରାମପୁର ବ୍ଲକର ଡୁଡୁକାରଞ୍ଜ। ପଞ୍ଚାୟତ ଅନ୍ତର୍ଗତ ଫିଲବାଞ୍ଜି ଗ୍ରାମ ଠାରେ କମ୍ବଳ ବଣ୍ଟନ କରାଯାଇଅଛି ।
ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଗ୍ରାମବାସୀ ସମସ୍ତ ମୌଳିକ ସୁବିଧା ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି,ପିଇବା ପାଣି ଆଦି ବିଭିନ୍ନ ଅସୁବିଧାରୁ ବଞ୍ଚିତ ଗମନାଗମନ ର ସୁବିଧା ନାହିଁ। କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଙ୍ଘ ର ସଭାପତି ପ୍ରଦୀପ କୁମାର ଦାସ(ବାପି ), ଯୁଗ୍ମ ସମ୍ପାଦକ ଦୀପକ ସାଗର କୁମାର ଏବଂ ଆଦିବାସୀ ସଂଙ୍ଘ ତରଫରୁ ଧବଳେଶ୍ୱର ମାଝୀ ଏହି ଫିଲବାଞ୍ଜି ଗ୍ରାମକୁ ଯିବା ବାଟରେ ଡୁଡୁକାରଞ୍ଜ। ଗ୍ରାମ ପାରି ହେବା ପରେ ଚାରିଚକ ବିଶିଷ୍ଟ ଗାଡିକୁ ଅଧବାଟରେ (ପିପାଡ଼ି ) ଠାରେ ରଖି ମଟର ସାଇକଲ ଯୋଗେ ଦୁଇଟି ନାଳ ପାର ହୋଇ ଯାଇ ପହଞ୍ଚିଥିଲେ । ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ ଦାସ ଙ୍କ ଗରିବ ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।
ଏହି ଗ୍ରାମର ଈଶାକ ଦିଗାଲ, ପ୍ରବୀଣ ଦିଗାଲ, ରଣା ମାଝୀ, ଲଳିତା ଦିଗାଲ, ସରସ୍ବତୀ ମାଝୀ, ବିକାଶ ଦିଗାଲ,ମାନେଶ୍ଵର ହରିଜନ ଆଦି ସହଯୋଗ କରିଥିଲେ । କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ ଦାସଙ୍କ ଏହିଭଳି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ମାନଙ୍କୁ ସାଧାରଣ ମହଲ ରେ ବେଶ ପ୍ରଶଂସା କରାଯାଉଅଛି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

