ନ୍ୟୁଜଗ୍ୟାଲେରି,ଜୁନାଗଡ଼:କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଆଇ ଆର ବି କ୍ୟାମ୍ପ ନିକଟରେ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ପୃଥିରାଜ ପ୍ରଧାନୀ(୪୦) ହୋଇଥିବାବେଳେ ସେ କୁଲିହାରି ଗାଁର ବୋଲି ଜଣାପଡିଛି। ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ମୃତ ଦେହକୁ ଧରି ପରିବାର ଓ ସମ୍ପର୍କୀୟ ମାନେ କ୍ଷତିପୂରଣ ଦାବିରେ ଜୁନାଗଡ଼ ପୋଲିସ ଥାନା ସମ୍ମୁଖ ଜାତୀୟ ରାଜପଥ ୨୬ରେ
ରାସ୍ତାରୋକ କରିଥିଲେ। ଏହାଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଯାତାୟାତ କରି ନ ପାରି ଅଟକି ରହିଥିଲା।ଖବର ପାଇ ଧର୍ମଗଡ଼ ଏସ୍ଡ଼ିପିଓ ଧିରଜ କୁମାର ଚୋପଦାର,ଜୁନାଗଡ଼ ଆଇଆଇଆସି ଶେଷଦେଵ ବେହେରା,ତହସିଲଦାର ସୁର୍ମୀ ସୁରେନ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନ କାରୀଙ୍କୁ ବୁଝାସୁଜା କରିଥିଲେ। ପରେ ସରକାରୀ ସ୍ତରରେ ଥିବା ଆର୍ଥିକ ସହାୟତା ମୃତକଙ୍କ ପରିବାରକୁ ଯୋଗାଇଦିଆ ଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା। ଦୁର୍ଘଟଣା ଘଟାଇ ଥିବା ହାଇୱା ସହ ଚାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

