ନ୍ୟୁଜଗ୍ୟାଲେରି,ଜୁନାଗଡ଼:କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଆଇ ଆର ବି କ୍ୟାମ୍ପ ନିକଟରେ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ପୃଥିରାଜ ପ୍ରଧାନୀ(୪୦) ହୋଇଥିବାବେଳେ ସେ କୁଲିହାରି ଗାଁର ବୋଲି ଜଣାପଡିଛି। ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ମୃତ ଦେହକୁ ଧରି ପରିବାର ଓ ସମ୍ପର୍କୀୟ ମାନେ କ୍ଷତିପୂରଣ ଦାବିରେ ଜୁନାଗଡ଼ ପୋଲିସ ଥାନା ସମ୍ମୁଖ ଜାତୀୟ ରାଜପଥ ୨୬ରେ
ରାସ୍ତାରୋକ କରିଥିଲେ। ଏହାଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଯାତାୟାତ କରି ନ ପାରି ଅଟକି ରହିଥିଲା।ଖବର ପାଇ ଧର୍ମଗଡ଼ ଏସ୍ଡ଼ିପିଓ ଧିରଜ କୁମାର ଚୋପଦାର,ଜୁନାଗଡ଼ ଆଇଆଇଆସି ଶେଷଦେଵ ବେହେରା,ତହସିଲଦାର ସୁର୍ମୀ ସୁରେନ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନ କାରୀଙ୍କୁ ବୁଝାସୁଜା କରିଥିଲେ। ପରେ ସରକାରୀ ସ୍ତରରେ ଥିବା ଆର୍ଥିକ ସହାୟତା ମୃତକଙ୍କ ପରିବାରକୁ ଯୋଗାଇଦିଆ ଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା। ଦୁର୍ଘଟଣା ଘଟାଇ ଥିବା ହାଇୱା ସହ ଚାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

