ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ହୋଇଯାଇଛି।ଭିନ୍ନକ୍ଷମଙ୍କୁ ମାନସିକ ଓ ଶାରିରୀକ ସ୍ତରରେ ସଶକ୍ତ କରି ସମାଜର ମୂଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ପ୍ରତିବର୍ଷ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି।
ଏହି ଅବସରରେ ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟଲୟରୁ ବାହାରି ସହର ପରିକ୍ରମା ପୂର୍ବକ ରେଡକ୍ରସ କଲ୍ୟାଣମଣ୍ଡପ ଠାରେ ପହଞ୍ଚିଥିଲା। ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ରେ଼ଡକ୍ରସ କଲ୍ୟାଣ ମଣ୍ଡପ ଠାରେ ଡି ଏସ ଏସ ଓ ବୀରେନ୍ଦ୍ର କହଁର ଙ୍କ ସଭାପତିତ୍ବ ରେ ଆୟୋଜିତ ସଭା ରେ ଅତିରିକ୍ତ ଜିଲ୍ଲାପାଲ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ରୂପେ ଜିଲ୍ଲା ସୂଚନା ଓ ସମ୍ପର୍କ ଅଧିକାରୀ ମନୋଜ ବେହେରା , ଏ ଡି ଏସ ଡ ବ୍ଲୁ ଓ ଦୁଲାଲ ସେନାପତି,ଜିଲ୍ଲା ଭିନ୍ନକ୍ଷମ ମଞ୍ଚ ସଭାପତି ସୁରେଶ ଚୌଧୁରୀ , ଭିନ୍ନକ୍ଷମ ଫେଡେରେସନ ସଭାପତି ହେମନ୍ତ ତାଣ୍ଡି,ଜିଲ୍ଲା ଶ୍ରବଣବାଧିତ ସଂଘ ସଭାପତି ଶୋଭନ ରଥ ଯୋଗ ଦେଇଥିଲେ।ଏହି ସମାବେଶରେ ସ୍ଵତନ୍ତ୍ର ବିଦ୍ୟାଳୟ ତଥା, ରେଡକ୍ରସ ବଧିର ଓ ଦୃଷ୍ଟି ଦିବ୍ୟାଙ୍ଗ ବିଦ୍ୟାଳୟ,ବିଜୁ ପଟ୍ଟନାୟକ ମାନସିକ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଦିବ୍ୟାଙ୍ଗ ଭାଇ ଭଉଣୀ,ଜିଲ୍ଲା ଭିନ୍ନକ୍ଷମ ମଂଚର ସଭ୍ୟ ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।ପୁରସ୍କାର ବିତରଣ ଉତ୍ସବରେ ୫ ଜଣ ଭିନ୍ନକ୍ଷମ ଙ୍କୁ ମାନପତ୍ରପ୍ରଦାନ,୧୦ ଜଣ ଭିନ୍ନକ୍ଷମ ପତି ଓ ପତ୍ନୀଙ୍କୁ ବିବାହ ପ୍ରୋତ୍ସାହନ ରାଶି ୨.୫୦ ଲକ୍ଷ ଏକ ଦମ୍ପତି ହିସାବରେ ସମୁଦାୟ ୨୫ ଲକ୍ଷ, ୧୦ ଜଣ ଭିନ୍ନକ୍ଷମ ପିତା ମାତା ଙ୍କ ପିଲା ମାନେ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ବିଭିନ୍ନ ଫିସ ବାବଦକୁ ୨ ଲକ୍ଷ ୮ ହଜାର ବି ବି ସି ଏ ବୃତ୍ତି,୩ ଜଣ ମିଶନ କ୍ଷମତା ଙ୍କୁ ୫୦ ହଜାର ହିସାବରେ ସମୁଦାୟ ୧ଲକ୍ଷ ୫୦ ହଜାର ଅତିଥି ମାନେ ପ୍ରଦାନ କରିଥିଲେ। ଜିଲ୍ଲା ଭିନ୍ନକ୍ଷମ କେନ୍ଦ୍ର ଡିଡିଆରସି କଳାହାଣ୍ଡି ଦ୍ଵାରା ମଧ୍ୟ ଭିନ୍ନକ୍ଷମ ପ୍ରମାଣ ପତ୍ର ଓ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା। ଜୁନାଗଡ଼ ବି ଏସ ଏସ ଓ ତୁଷାର ରଞ୍ଜନ ସାହୁ ସଭା ପରିଚାଳନା ସହ ଧନ୍ୟବାଦ୍ ଦେଇଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

