ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ନିର୍ବାଚନ ପୂର୍ବରୁ ବିଜେପି ଦଳ ଚାଷୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ ଓଡିଶାରେ ବିଜେପି ସରକାର ଶାସନ କୁ ଆସେ ତେବେ ମଣ୍ଡି ଗୁଡିକ ରେ ଧାନର ବିନା କଟନି ଛଟନି ରେ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ରେ କିଣିବେ । କିନ୍ତୁ ସେହି ପ୍ରତିଶ୍ରୁତି ମିଥ୍ୟାରେ ରହିଗଲା। ପ୍ରତେକ ମଣ୍ଡି ରେ ୫ରୁ ୮ କେଜି ପର୍ୟ୍ୟନ୍ତ କଟନି ଛଟନି କରି ମିଲର ମାନେ ଧାନ ଉଠାଉଛନ୍ତି ।
ସେଥି ପ୍ରତି ପ୍ରଶାସନ ଦୃଷ୍ଟି ନ ଦେଇ ନୀରବଦ୍ରଷ୍ଟା ସାଜି ଚୁପ୍ ରହୁଛି । ଏହାର ପ୍ରତିବାଦ କରି ଭବାନୀପାଟଣା ନିର୍ବାଚନମଣ୍ଡଳୀ କଂଗ୍ରେସ ଦଳ ତରଫରୁ ସଦର ବ୍ଲକ କଂଗ୍ରେସ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ ଙ୍କ ନେତ୍ରୁତ୍ଵରେ ଏକ ବିରାଟ ଶୋଭାଯାତ୍ରାରେ ଆସି କଳାହାଣ୍ଡି ଜିଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ ସହ ୬ ଦଫା ଦାବୀ ପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଦାବୀ ପତ୍ର ରେ ଉଲ୍ଲେଖ କରାଯାଇଛି ଚାଷୀଙ୍କୁ କୁଇଣ୍ଟାଲ ପ୍ରତି ୩୧୦୦ଟଙ୍କା ପ୍ରଦାନ କରାଯାଉ,ବିନା କଟନି ଛଟନି ରେ ଧାନ ଉଠାଯାଉ,ଚାଷୀ ଙ୍କୁ ଅଖା ବସ୍ତା ଶୀଘ୍ର ଯୋଗାଇ ଦିଆଯାଉ,ତୁରନ୍ତ ମଣ୍ଡି ରୁ ଧାନ ଉଠାଯାଉ,ଧାନ ମଣ୍ଡି ରେ ପିଇବା ପାଣିର ସୁବ୍ୟବସ୍ଥା କରାଯାଉ,ବର୍ଷା ଦାଉରୁ ଚାଷୀଙ୍କ ଧାନ କୁ ସୁରକ୍ଷିତ ରଖାଯାଉ ଆଦି ଦାବୀ ରହିଛି।
ପ୍ରତିବାଦ ସଭାରେ ସଦର ବ୍ଲକ କଂଗ୍ରେସ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଜିଲା ସଭାପତି ଭାରତ ଭୂଷଣ ବେମାଲ,ଉପ ସଭାପତି ଧନୁର୍ଦ୍ଧର ଗହୀର,ଉଚ୍ଚବ ସାହୁ,ଇନ୍ଦ୍ରଜିତ୍ ମହାକୁଡ,ମହିଳା ନେତ୍ରୀ ଦ୍ରୌପଦୀ ମାଝୀ,ସୁକାନ୍ତୀ ସରାଫ,ଜୋସ୍ନା ବଗରତୀ,ବରିଷ୍ଠ ନେତା ସନ୍ତୋଷ ମୁଣ୍ଡ,ଯୁବନେତା ମହମ୍ମଦ ସାହେବ,ସୁଶାନ୍ତ ପ୍ରଧାନୀ,ମହେନ୍ଦ୍ର ନାୟକ,ଜଳନ୍ଧର ନାୟକ,ତାରିଣୀ ନାୟକ,ରୋସନ ସାହୁ,ବିଜୟ ଦୀପ,ସଚିନ ନାୟକ,ସୁଦର୍ଶନ ବିଶ୍ଵାଳ,ଯୋଗେଶ୍ଵରୀ ବିଶି,ସନ୍ତୋଷ ପ୍ରଧାନ,ସିଦ୍ଧାର୍ଥ ନାୟକ ଙ୍କ ସମେତ ଶତାଧିକ ଚାଷୀ ଧାରଣା ଯୋଗଦେଇଥିଲେ ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

