ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଓ କଳାହାଣ୍ଡି ବିଶ୍ୱବିଦ୍ୟଳୟର ମିଳିତ ଆନୁକୂଳ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏନ୍. ଏସ୍. ଏସ୍, ଏନ୍ ସି.ସି. ଓ ଉତ୍ତର ବନଖଣ୍ଡର କର୍ମଚାରୀମାନେ ସାମିଲ ହୋଇ ପ୍ରାୟ ୧୫୦ ରୁ ଅଧିକ ବୃକ୍ଷରୋପଣ କରିଥିଲେ ।
ଏହି ଅବସରରେ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ଭାରତୀୟ ବନସେବା, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଅଶ୍ୱିନ କୁମାର କର, ଭାରତୀୟ ବନସେବା ଜିଲ୍ଲା ବନ ଅଧିକାରୀ ଉତ୍ତର ବନଖଣ୍ଡ ଅନୁରାଗ ମିଶ୍ର ପ୍ରମୁଖ ବିଶିଷ୍ଟ ଅତିଥି ରୂପେ ଯୋଗଦାନ କରି ବୃକ୍ଷରୋପଣ କରିବା ସହିତ ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ଏକ ସଭାରେ ଛାତ୍ରଛାତ୍ରୀ ମାନଙ୍କୁ ବନମହୋତ୍ସବ ଉପଲକ୍ଷେ ନିଜ ନିଜର ମତପୋଷଣ କରିବା ସହ ବିଭିନ୍ନ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଉତ୍ସବରେ ସିପିଜିସି ଡ. ଜୟଦେବ ସାହୁ, ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ରେଞ୍ଜର, ଉତ୍ତର ବନଖଣ୍ଡ, ପଦ୍ମନାଭ କୁମ୍ଭାର ଏବଂ ବନକର୍ମଚାରୀ, ଏନ୍ ସି. ସି. ଏନ୍. ଏସ୍. ଏସ୍. ର ସ୍ୱେଚ୍ଛାସେବୀ, ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ପ୍ରମୁଖ ଉକ୍ତ ସଭାରେ ସାମିଲ ହୋଇଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

