ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଓ କଳାହାଣ୍ଡି ବିଶ୍ୱବିଦ୍ୟଳୟର ମିଳିତ ଆନୁକୂଳ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏନ୍. ଏସ୍. ଏସ୍, ଏନ୍ ସି.ସି. ଓ ଉତ୍ତର ବନଖଣ୍ଡର କର୍ମଚାରୀମାନେ ସାମିଲ ହୋଇ ପ୍ରାୟ ୧୫୦ ରୁ ଅଧିକ ବୃକ୍ଷରୋପଣ କରିଥିଲେ ।
ଏହି ଅବସରରେ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ଭାରତୀୟ ବନସେବା, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଅଶ୍ୱିନ କୁମାର କର, ଭାରତୀୟ ବନସେବା ଜିଲ୍ଲା ବନ ଅଧିକାରୀ ଉତ୍ତର ବନଖଣ୍ଡ ଅନୁରାଗ ମିଶ୍ର ପ୍ରମୁଖ ବିଶିଷ୍ଟ ଅତିଥି ରୂପେ ଯୋଗଦାନ କରି ବୃକ୍ଷରୋପଣ କରିବା ସହିତ ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ଏକ ସଭାରେ ଛାତ୍ରଛାତ୍ରୀ ମାନଙ୍କୁ ବନମହୋତ୍ସବ ଉପଲକ୍ଷେ ନିଜ ନିଜର ମତପୋଷଣ କରିବା ସହ ବିଭିନ୍ନ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଉତ୍ସବରେ ସିପିଜିସି ଡ. ଜୟଦେବ ସାହୁ, ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ରେଞ୍ଜର, ଉତ୍ତର ବନଖଣ୍ଡ, ପଦ୍ମନାଭ କୁମ୍ଭାର ଏବଂ ବନକର୍ମଚାରୀ, ଏନ୍ ସି. ସି. ଏନ୍. ଏସ୍. ଏସ୍. ର ସ୍ୱେଚ୍ଛାସେବୀ, ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ପ୍ରମୁଖ ଉକ୍ତ ସଭାରେ ସାମିଲ ହୋଇଥିଲେ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

