ମେଦିନିପୁର ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ମେଦିନୀପୁର ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ପୋଷାକ ବିତରଣ ଉତ୍ସବ – ୨୦ ୨୩ ଅବସର ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ” ମୁଁ ବି ପଢିବି – ମୁଁ ବି ବଢ଼ିବି ମୋ ଗାଁ କୁ ସଂପୂର୍ଣ୍ଣ ସାକ୍ଷର କରିବି ” ଶିଶୁ କେନ୍ଦ୍ରିକ ଶିକ୍ଷା-ଶିକ୍ଷଣ ଭିର୍ତ୍ତୀକ ଏକ ବିଶେଷ କାର୍ଯ୍ୟକ୍ରମ ରେ ମେଦିନୀପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବିଦ୍ୟା ପ୍ରବେଶ କାର୍ଯ୍ୟ ପୁସ୍ତକ ବଣ୍ଟନ ର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ନାମଲେଖା ସୁନିଶ୍ଚିତ କରିବା ପାଇଁ ମତ ପ୍ରକାଶ ପାଇଥିଲା । ମୁଖ୍ୟଅତିଥି କେନ୍ଦୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଟ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଳୟା ଦେବୀ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ ତୁଳସୀ ସାହୁ , ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ମଞ୍ଜୁରୀ ନାଗ , ଉପାଧ୍ୟକ୍ଷ ଆଶିଷ ପଣ୍ଡା , ବରିଷ୍ଠ ଶିକ୍ଷୟିତ୍ରୀ ସୁନିତୀ ମୁଣ୍ଡ ଯୋଗଦାନ କରି ଶିଶୁମାନଙ୍କର ସାମଗ୍ରୀକ ବିକାଶ ରେ ହିଁ ସୁସ୍ଥ ସମାଜ ଗଠନ ସମ୍ଭବ ଏଣୁ ଏହି ଦିଗରେ ପ୍ରୟାସ ଜାରି ରଖିବା ପାଇଁ ଆହ୍ଵାନ ଦେଇଥିଲେ । ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ ଏବଂ ସଭ୍ୟା ମଞ୍ଜରୀ ପଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ସୁଚେତା ଦାଶ , ପ୍ରତିଭା ଦାଶ , କଲ୍ୟାଣୀ ଦାଶ , ସଂଯୁକ୍ତା ଦାଶ , ନିଶାମଣୀ ଦେଇ ପ୍ରମୁଖ ସହଯୋଗ କରିଥିଲେ । ବିଦ୍ୟାଳୟ କ୍ୟାବିନେଟ ପ୍ରଧାନମନ୍ତ୍ରୀ ଛାତ୍ର କରନ୍‌ ନିଆଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।