ନ୍ୟୁଜ ଗ୍ୟାଲେରି ଧର୍ମଗଡ:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୃଷି ବିଭାଗ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ ଓ ଉର୍ବରତା ଉପରେ ତାଲିମ ପ୍ରଦାନ ଓ ସଚେତନତା ଏବଂ ବୃହତ ଉଠା ଜଳ ସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧି କରଣ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ବ୍ଲକ କୃଷି ଅଧିକାରୀ ନୀଳକଣ୍ଠ ମେହେର, ବିଟିଏମ ଦେବାଶିଷ ଚାନ୍ଦ, ସହକାରୀ ବ୍ଲକ କୃଷି ଅଧିକାରୀ କମଲେସ ଶବର, ହେମାନନ୍ଦ ମାଝୀ, ଓ ଅର୍ଧେନ୍ଦୁ ସୁନ୍ଦର ନାୟକ, ଗ୍ରାମ୍ୟ କୃଷି କର୍ମଚାରୀ ଭାନୁମତି କୁମାର ପ୍ରମୁଖ ମଞ୍ଚାସିନ ହୋଇ ଚାଷ ଜମିରେ ରାସାୟନିକ ସାର ବଦଳରେ ଜୈବିକ ସାର ପ୍ରୟୋଗ କରି ଜୈବିକ ପଦ୍ଧତିର ଚାଷ କଳେ ମାଟିର ଉର୍ବରତା ବଢ଼ାଇବା ସହିତ ଭଲ ଫସଲ ଉତ୍ପାଦନ ହୋଇଥାଏ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ କୁ ମୁକେଶ ଯୋଶୀ ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

