ନ୍ୟୁଜ ଗ୍ୟାଲେରି ଧର୍ମଗଡ:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୃଷି ବିଭାଗ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ ଓ ଉର୍ବରତା ଉପରେ ତାଲିମ ପ୍ରଦାନ ଓ ସଚେତନତା ଏବଂ ବୃହତ ଉଠା ଜଳ ସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧି କରଣ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ବ୍ଲକ କୃଷି ଅଧିକାରୀ ନୀଳକଣ୍ଠ ମେହେର, ବିଟିଏମ ଦେବାଶିଷ ଚାନ୍ଦ, ସହକାରୀ ବ୍ଲକ କୃଷି ଅଧିକାରୀ କମଲେସ ଶବର, ହେମାନନ୍ଦ ମାଝୀ, ଓ ଅର୍ଧେନ୍ଦୁ ସୁନ୍ଦର ନାୟକ, ଗ୍ରାମ୍ୟ କୃଷି କର୍ମଚାରୀ ଭାନୁମତି କୁମାର ପ୍ରମୁଖ ମଞ୍ଚାସିନ ହୋଇ ଚାଷ ଜମିରେ ରାସାୟନିକ ସାର ବଦଳରେ ଜୈବିକ ସାର ପ୍ରୟୋଗ କରି ଜୈବିକ ପଦ୍ଧତିର ଚାଷ କଳେ ମାଟିର ଉର୍ବରତା ବଢ଼ାଇବା ସହିତ ଭଲ ଫସଲ ଉତ୍ପାଦନ ହୋଇଥାଏ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ କୁ ମୁକେଶ ଯୋଶୀ ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

