ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ଭବାନୀପାଟଣା ପକ୍ଷରୁ କ୍ରିଷ୍ଣ ନଗର ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ଲଳିତ ନିଆଲ ଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ଜିଲ୍ଲା ସମ୍ପାଦକ ବେଲାର ଜାନୀ ପରିଚାଳନ କରିଥିଲେ।
ଜିଲ୍ଲାର ସମସ୍ତ ସଯୋଗୀ ଟିକାଦାର ମାନେ ଉପସ୍ଥିତ ରହି ସଭାରେ ଜିଲ୍ଲାର ଶ୍ରମିକ ମାନଙ୍କୁ କିପରି ସରକାରଙ୍କ ସହାୟତା ମିଳିପାରିବ, ନିଜ ର ପରିବାର ବର୍ଗଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇପାରିବା ସେବିଷୟରେ ଆଲୋଚନା ହୋଇଥିଲା ଏବଂ ନିଜନିଜର ସହାୟକଟିକାଦାର ମାନଙ୍କ ସହିତ ମିଳିମିଶି କାର୍ଯ୍ୟରତ ରହି ଜନସାଧାରଣଙ୍କ ସେବାକରିବା ଉପରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା କୋଷାଧ୍ୟକ୍ଷ ମମସ୍ତ ସଦସ୍ୟ ମାନଙ୍କୁ ସଦସ୍ୟତା ଗ୍ରହଣ କରିବା ସହିତ ନିଜର ନିଜର କର୍ତ୍ତବ୍ୟ ଗ୍ରହଣ କରିବାକୁ ଅନୁରୋଧ କରିବାସହିତ ସଂଗଠନ ନିୟମାବଳୀ ପଠନ କରିଥିରିଲେ।ଏହି ବୈଠକରେ ଜିଲ୍ଲା ସହାୟକ ସଭାପତି ସୁନ୍ଦର ଜେନା, ସହ ସମ୍ପାଦକ ମକାର୍ଦ୍ଧଜ ରଣା,ସହଦେବ ତାଣ୍ଡି,ଲଷ୍ମୀ ଧର ତାଣ୍ଡି, ପର୍ଶୁରାମ ବଗର୍ତ୍ତି, ସୁବାସ ଦୁର୍ଗା, ଗିରି ଦୁର୍ଗା, କୈଳାସ ବେମାଲ, ଲକ୍ଷମନ ରଣା, ମାଧବ ରାଓ, ତ୍ରିଲୋଚନ ସାହୁ, ବେଣୁ ଧର ରଣା, ଵିଷ୍ଣୁ ସୁନା, ଗୋବିନ୍ଦ ମାଝୀ, ଵିଷ୍ଣୁ ନାଏକ ପ୍ରମୁଖ ଉପସ୍ଥିତ ରହିଥଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ସହାୟକ ଟିକାଦାର ମାନେ ଏକ ଯୁଟ ରହି ସମସ୍ତଙ୍କୁ ସାହାଯ୍ୟ ସହାୟକ କରିବାବାପାଇ ଶପଥ ପାଠ କରିଥିଲେ।କାର୍ଯ୍ୟକ୍ରମ କୁ ଜିଲ୍ଲା ସାଧାରଣ ସମ୍ପାଦକ ଦାନ୍ୟବା ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

