Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଂଗପୁର, କଳାହାଣ୍ଡି ଓ ନୂଆପଡ଼ାର ମତଦାତାମାନେ ମତଦାନରେ ଅଂଶଗ୍ରହଣ କରିଥିଲେ। ଏହି ସାଧାରଣ ନିର୍ବାଚନରେ ଆଜି କଳାହାଣ୍ଡି ଜିଲ୍ଲା ର ବିଜେପି ସାଂସଦ ପ୍ରାର୍ଥୀନୀ ମାଳବିକା କେଶରୀ ଦେବୀ ଏବଂ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଇରିଗେସନ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମତଦାନ ଦେଇଥିଲେ
ଏବଂ ନର୍ଲା ବିଧାନସଭା କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ, ଭବାନୀପାଟଣା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସାଗର ଚରଣ ଦାସ ତତ ସହିତ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥୀନୀ ଲଳିତା ନାଏକ ବାପୁଜି ପ୍ରାଥମିକ ଉଚ୍ଚ ବିଦ୍ୟାଲୟ ଠାରେ ନିଜର ମତଦାନ ଦେଇ ଥିଲେ। ଏବଂ ଜନସାଧାରଣଙ୍କୁ ମଧ୍ୟ ଭୋଟ ଦେବା ପାଇଁ ନିବେଦନ କରିଥିଲେ।
ଏହି ପରିପେକ୍ଷି ରେ ଜନସାଧାରଣ ବିପୁଳ ସଂଖ୍ୟାରେ ଧାଡି ବାନ୍ଧି ନିଜ ନିଜ ମତଦାନ ଦେଇଥିଲେ ଏବଂ ନୂତନ ଭୋଟର ମଧ୍ୟ ନିଜର ମତଦାନ ଦେଇଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
