Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ସ୍ବାଗତ କରି ଏଜେଣ୍ଡା ଅନୁଯାୟୀ ସଭାକୁ ପରିଚାଳନା କରିଥିଲେ। ବୈଠକରେ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା,ବନ୍ୟା କିମ୍ବା ଅତ୍ୟଧିକ ବର୍ଷା ହୁଏ ତେବେ ତାହାର ସଠିକ୍ ମୁକାବିଲା କିପରି କରାଯାଇପାରିବ ସେ ବିଷୟକୁ ନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଭୂମିକା କିପରି ସଠିକ୍ ରୂପେ ରୂପାୟନ ହୋଇପାରିବ ତା ଉପରେ ଆଲୋଚନା କରାଯାଇଥିଲା। ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ନିଜ ବକ୍ତବ୍ୟ ରେ କଳାହାଣ୍ଡି ଜିଲ୍ଲାରେ ବନ୍ୟା, ବର୍ଷା ପୂର୍ବରୁ ନଦୀବନ୍ଧ ତଥା ସହରାଞ୍ଚଳ ନାଳ ମରାମତି,ଜଳ ଅବରୋଧ ସ୍ଥାନ ଚିହ୍ନଟ ବନ୍ୟପ୍ଲାବିତ ଅଞ୍ଚଳରେ ଆବଶ୍ୟକ ଔଷଧ ସାପ କାମୁଡା ଇଞ୍ଜେକସନ ଓ ଖାଦ୍ୟ ମହଜୁଦ ଉପରେ ପ୍ରଶାସନ ପଦକ୍ଷେପ ନେବାକୁ କହିଥିଲେ।
ସାଂସଦ ମାଳବିକା ଦେବୀ ବନ୍ୟା ପରବର୍ତ୍ତୀ ସମୟରେ ହଇଜା,ଡେଙ୍ଗୁ ମ୍ୟାଲେରିଆ ନିରାକରଣ ପାଇଁ ପ୍ରତିଷେଧକ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରବର୍ତ୍ତୀ କାଳରେ ସଂପୃକ୍ତ ଅଧିକାରୀ ଙ୍କ ଦାୟିତ୍ୱ ଓ ତ୍ୱରିତ ପଦକ୍ଷେପ ଉପରେ ପ୍ରଶାସନ ଗୁରୁତ୍ଵ ଦେବାକୁ ଅନୁରୋଧ କରିଥିଲେ। ବିପର୍ଯ୍ୟୟ ସମୟରେ ଯେମିତି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ଆଶ୍ରୟସ୍ଥଳୀରେ ରହିବା ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥା,ଖାଦ୍ୟ,ପାନୀୟ,ଶିଶୁ ଖାଦ୍ୟ,ଔଷଧ,ଆଲୋକର ବ୍ୟବସ୍ଥା, ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ,ମହିଳା ,ଶିଶୁ ,ଭିନ୍ନକ୍ଷମ ଓ ବୃଦ୍ଧ ଙ୍କ ପାଇଁ ଉଚିତ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା।ଜିଲ୍ଲାପାଳ ପ୍ରାକୃତିକ ବିପର୍ଯୟ ମୁକାବିଲା ଦିଗରେ ସମସ୍ତ ବିଭାଗୀୟ ଅଧିକାରୀ ନିଜ ଦାୟିତ୍ୱ ସହ ଆଗୁଆ ପଦକ୍ଷେପ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।ବନ୍ୟା ପରିସ୍ଥିତି ରେ ଉଦ୍ଧାର ଓ ଥଇଥାନ କରିବା ନିମନ୍ତେ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ଶୁଖା ଓ ରନ୍ଧା ଖାଦ୍ୟ ବ୍ୟବସ୍ଥା,ଔଷଧ ମହଜୁଦ,ନଦୀ ବନ୍ଧ ଓ ଘାଇ ମରାମତି,ସହରାଞ୍ଚଳ ରେ ନାଳ ସଫେଇ ଓ ମରାମତି, ପାଇପ୍ ଦ୍ବାରା ବିଶୁଦ୍ଧ ଓ ବିଶୋଧିତ ଜଳ ଯୋଗାଣ, ନଳକୂପ ବିଶୋଧନ, ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଔଷଧ , ହେଲୋଜନ ବାଟିକା, ଓ ଆର୍ ଏସ, ବ୍ଲିଚିଂ, ସାପ କାମୁଡା ଇଞ୍ଜେକସନ ଉପଲବ୍ଧ, ପ୍ରାଣୀସମ୍ପଦ ର ସୁରକ୍ଷା ନିମନ୍ତେ ଟୀକା ଏବଂ ଔଷଧ ସହ ପଦକ୍ଷେପ,ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ , ଜିଲ୍ଲା ଓ ବ୍ଲକ ସ୍ତରରେ ନିୟନ୍ତ୍ରଣ କକ୍ଷ ସ୍ଥାପନ, ବୃଷ୍ଟିପାତ ସମ୍ବର୍ଦ୍ଧିତ ତଥ୍ୟ ପ୍ରଦାନ, ସାର ଓ କୀଟନାଶକ ମହଜୁଦ, ବିପର୍ଯ୍ୟୟ ସମୟରେ ରାସ୍ତା ଅବରୋଧ କୁ ହଟାଇବା ସମ୍ବର୍ଦ୍ଧିତ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ବିପର୍ଯୟ ସମୟରେ ପ୍ରଶାସନ ଦ୍ଵାରା ସ୍ଥାପିତ ଜିଲ୍ଲା ନିୟନ୍ତ୍ରଣ କକ୍ଷ ର ଫୋନ୍ ନମ୍ୱର ୦୬୬୭୦ ୨୩୦୪୫୫କୁ ଯୋଗାଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ ଅବଗତ କରିବାପାଇଁ କୁହାଯାଇଛି ।
Editor, News Gallery Mob: 9439506580 Email: newsgallery.in@gmail.com
