Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଭବାନୀପାଟଣା ସହରର ଜେଲଛକରୁ ଷ୍ଟେଟବ୍ୟାଙ୍କ ଛକ ଯାଏଁ ଆଜି ଦେଖିବାକୁ ମିଳିଛି ଏଭଳି ନିଆରା ଦୃଶ୍ୟ। କେବଳ ପ୍ରତିଭାଗୀ, କଳାକାର କିମ୍ବା ସାଧାରଣ ଲୋକେ ନୁହଁନ୍ତି ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ସମସ୍ତେ ଏହାକୁ ଉପଭୋଗ କରିବା ସହିତ ପଥୋତ୍ସବରେ ସାମିଲ ହୋଇଥିଲେ। ଲୋକସଭା ସାଂସଦ ମାଳବିକା ଦେବୀ, କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବଇତୁରା ଦୀପ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଯୋଜନା ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ସହକାରୀ ଜିଲ୍ଲାପାଳ ମମତା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରତିଭାଗୀଙ୍କୁ ଉତ୍ସାହିତ କରିଥିଲେ।
ପଥୋତ୍ସବ ଉପ କମିଟିର ଅଧ୍ୟକ୍ଷ ଡ. ଅଜୟ କୁମାର ମିଶ୍ରଙ୍କ ତତ୍ୱାବଧାନରେ କମିଟିର କର୍ମକର୍ତ୍ତା ସଞ୍ଜୟ କୁମାର, ମୁକୁନ୍ଦ ରେଡ୍ଡୀ, ବିରଞ୍ଚି ନାରାୟଣ ପଣ୍ଡା, ଶାନ୍ତନୁ ମୁଣ୍ଡ, ଶେଖ ମୁନାୱର, ଭବାନୀ ପଟ୍ଟନାୟକ, ଡ. ପଲ୍ଲୀଶ୍ରୀ ପଟ୍ଟନାୟକ, ଟି. ସୁଜାତା ଆଚାରୀ, ରୋହିତ ଦୁର୍ଗାଙ୍କ ସମେତ ଅନ୍ୟମାନେ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ପୁଲିସ ଓ ଏନସିସି କ୍ୟାଡେଟ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
