Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ଜିଲ୍ଲାପାଳ ପି.ଅନ୍ବେଶା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ୧୪ତମ ଜାତୀୟ ମତଦାତା ଦିବସ ପାଳନ କରାଯାଇଛି । ମଞ୍ଚାସୀନ ଅତିଥି ମାଁ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ର କୁଳପତି ଡଃ ସଞ୍ଜୟ ଶତପଥୀ , ଓ.ୟୁ.ଏ.ଟି ଡିନ ମନୋରଞ୍ଜନ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ତ୍ରିଲୋଚନ ପାତ୍ର, ଉପ ଜିଲ୍ଲାପାଳ ଭବାନୀପାଟଣା, ଡଃ ବିଶ୍ଵଜିତ ଦାସ , ଉପଜିଲ୍ଲାପାଳ ଧର୍ମଗଡ ବିରଞ୍ଚି ନାରାୟଣ ଦରୱାନ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଉପସ୍ଥିତ ସମସ୍ତେ “ମତଦାତାଙ୍କ ସଂକଳ୍ପ” ଶପଥ ପାଠ କରିଥିଲେ ।
ଜିଲ୍ଲାପାଳ ନିଜ ବକ୍ତବ୍ୟରେ ବିଶେଷତଃ ଛାତ୍ରଛାତ୍ରୀମାନଙ୍କୁ ମତଦାତାର ଅଧିକାର ସହ ନାଗରିକର କର୍ତ୍ତବ୍ୟ ଉପରେ କହିଥିଲେ । ନୂଆ ଭୋଟରମାନଙ୍କୁ ଅତିଥିଗଣ ଭୋଟର କାର୍ଡ ବଣ୍ଟନ କରିଥିଲେ । ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଉତ୍ତମ କାର୍ଯ୍ୟ କରିଥିବା ବି.ଏଲ.ଓ , ଏ.ଇ.ଆର.ଓ ମାନଙ୍କୁ ପ୍ରଶଂସା ପ୍ରଦାନ କରଯାଇଥିଲା । ସେଭଳି ଏହି ଉପଲକ୍ଷେ ଅନୁଷ୍ଠିତ ପୋଷ୍ଟର ମେକିଙ୍ଗ , ବକ୍ତୃତା , ପ୍ରବନ୍ଧ ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ମାଁ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ , ସରକାରୀ ମହିଳା ମହାବିଦ୍ୟାଳୟ , ପ୍ରଗତି କଲେଜ , ବିକାଶ କଲେଜର ଛାତ୍ରଛାତ୍ରୀ , ଡି.ଆଇ.ପି.ଆର.ଓ , ଡି.ଡି.ଏଚ , ଡି.ଇ.ଓ , ସହକାରୀ ଅଧିକାରୀ , ନିର୍ବାଚନ ଶାଖାର କର୍ମକର୍ତ୍ତା , ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦିଗରେ ଡେପୁଟି ଜିଲ୍ଲାପାଳ ( ନିର୍ବାଚନ ଶାଖା ) ରମେଶ ପଣ୍ଡା , ସୁକାନ୍ତ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
