ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା “ଭୋଟ ଦେବାର ଅନୁଭୂତି ଅତୁଳନୀୟ ୨୦୨୪ ନିର୍ବାଚନରେ ମୁଁ ଭୋଟ ଦେବି ନିଶ୍ଚୟ ” ଏହି ସନ୍ଦେଶ ଓ ସଚେତନତା ବାର୍ତ୍ତା ଦେଇ ଆଜି ସହର ପରିକ୍ରମା କରିଥିଲା ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବଂ ସରକାରୀ ଅଧିକାରୀ , ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ।
କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ଜିଲ୍ଲାପାଳ ପି.ଅନ୍ବେଶା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ୧୪ତମ ଜାତୀୟ ମତଦାତା ଦିବସ ପାଳନ କରାଯାଇଛି । ମଞ୍ଚାସୀନ ଅତିଥି ମାଁ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ର କୁଳପତି ଡଃ ସଞ୍ଜୟ ଶତପଥୀ , ଓ.ୟୁ.ଏ.ଟି ଡିନ ମନୋରଞ୍ଜନ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ତ୍ରିଲୋଚନ ପାତ୍ର, ଉପ ଜିଲ୍ଲାପାଳ ଭବାନୀପାଟଣା, ଡଃ ବିଶ୍ଵଜିତ ଦାସ , ଉପଜିଲ୍ଲାପାଳ ଧର୍ମଗଡ ବିରଞ୍ଚି ନାରାୟଣ ଦରୱାନ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଉପସ୍ଥିତ ସମସ୍ତେ “ମତଦାତାଙ୍କ ସଂକଳ୍ପ” ଶପଥ ପାଠ କରିଥିଲେ ।
ଜିଲ୍ଲାପାଳ ନିଜ ବକ୍ତବ୍ୟରେ ବିଶେଷତଃ ଛାତ୍ରଛାତ୍ରୀମାନଙ୍କୁ ମତଦାତାର ଅଧିକାର ସହ ନାଗରିକର କର୍ତ୍ତବ୍ୟ ଉପରେ କହିଥିଲେ । ନୂଆ ଭୋଟରମାନଙ୍କୁ ଅତିଥିଗଣ ଭୋଟର କାର୍ଡ ବଣ୍ଟନ କରିଥିଲେ । ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଉତ୍ତମ କାର୍ଯ୍ୟ କରିଥିବା ବି.ଏଲ.ଓ , ଏ.ଇ.ଆର.ଓ ମାନଙ୍କୁ ପ୍ରଶଂସା ପ୍ରଦାନ କରଯାଇଥିଲା । ସେଭଳି ଏହି ଉପଲକ୍ଷେ ଅନୁଷ୍ଠିତ ପୋଷ୍ଟର ମେକିଙ୍ଗ , ବକ୍ତୃତା , ପ୍ରବନ୍ଧ ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ମାଁ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ , ସରକାରୀ ମହିଳା ମହାବିଦ୍ୟାଳୟ , ପ୍ରଗତି କଲେଜ , ବିକାଶ କଲେଜର ଛାତ୍ରଛାତ୍ରୀ , ଡି.ଆଇ.ପି.ଆର.ଓ , ଡି.ଡି.ଏଚ , ଡି.ଇ.ଓ , ସହକାରୀ ଅଧିକାରୀ , ନିର୍ବାଚନ ଶାଖାର କର୍ମକର୍ତ୍ତା , ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦିଗରେ ଡେପୁଟି ଜିଲ୍ଲାପାଳ ( ନିର୍ବାଚନ ଶାଖା ) ରମେଶ ପଣ୍ଡା , ସୁକାନ୍ତ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।
Latest entries
ଜିଲ୍ଲା ଖବରNovember 5, 2025ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଜିଲ୍ଲା ଖବରNovember 4, 2025ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି
ଜିଲ୍ଲା ଖବରNovember 4, 2025୬୧ତମ ଜନ୍ମବର୍ଷିକୀ ମହୋତ୍ସବ ”ମହାବୀର ମହୋତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରNovember 3, 2025ଆସନ୍ତା ୧୯ରେ ମାଣିକେଶ୍ବରୀ ମହୋତ୍ସବ ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

