ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସ୍ଥାନୀୟ ସାର୍କିଟ ହାଡସ ଠାରେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆଗକୁ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଥିବାରୁ କଳାହାଣ୍ଡି ବ୍ୟାଡମିଣ୍ଟନ ଚାମ୍ପିଅନସିପ ପାଇଁ ସଂଘ ସଭାପତି ପ୍ରଦୀପ ଦାସ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକ ରେ ଚଳିତ ମାସ ୨୭ ରୁ ୨୯ ରେ ହେବାକୁ ଥିବା ଜିଲ୍ଲା ଚାମ୍ପିଅନସିପ ଓ ଆସନ୍ତା ଅକ୍ଟୋବର ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ବିଷୟ ରେ ଆଲୋଚନା କରାଯାଇଥିଲା। ଏହି ଅବସର ରେ ସଂଘ ରେ ନୂତନ ଭାବେ ଯୋଗ ଦେଇଥିବା ସଭ୍ୟ ଅରୁଣ ସାହୁ,ରଞ୍ଜନ ସାହୁ,ନରେନ୍ଦ୍ର ଦାସ ଓ ଅମିତ ଜୈନ ଙ୍କୁ ଉପଢୋକନ ପ୍ରଦାନ କରି ସ୍ୱାଗତ କରାଯାଇଥିଲା।ଏହି ସଭା ରେ ସଂଘ ର ସମସ୍ତ ବରିଷ୍ଠ ସଦସ୍ୟ ଓ କାର୍ଯ୍ୟକାରୀ କମିଟି ର ସଦସ୍ୟ ଓ ଉପଦେଷ୍ଟା ମଣ୍ଡଳୀ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରNovember 29, 2025ଆସନ୍ତା ୧୩ ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଆଦାଲତ
ଜିଲ୍ଲା ଖବରNovember 28, 2025କେତକୀ ମହାପାତ୍ର ଙ୍କ ପରଲୋକ
ଜିଲ୍ଲା ଖବରNovember 28, 2025ଗୁରୁ ପବିତ୍ର ଗହିର ଓ ଗୌରୀଶଙ୍କର ଦୁର୍ଗା ଙ୍କୁ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧତ
ଜିଲ୍ଲା ଖବରNovember 26, 2025ଯାଦବ ଏକତା ମଞ୍ଚର ସାଧାରଣ ସଭା

