ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସ୍ଥାନୀୟ ସାର୍କିଟ ହାଡସ ଠାରେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆଗକୁ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଥିବାରୁ କଳାହାଣ୍ଡି ବ୍ୟାଡମିଣ୍ଟନ ଚାମ୍ପିଅନସିପ ପାଇଁ ସଂଘ ସଭାପତି ପ୍ରଦୀପ ଦାସ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକ ରେ ଚଳିତ ମାସ ୨୭ ରୁ ୨୯ ରେ ହେବାକୁ ଥିବା ଜିଲ୍ଲା ଚାମ୍ପିଅନସିପ ଓ ଆସନ୍ତା ଅକ୍ଟୋବର ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ବିଷୟ ରେ ଆଲୋଚନା କରାଯାଇଥିଲା। ଏହି ଅବସର ରେ ସଂଘ ରେ ନୂତନ ଭାବେ ଯୋଗ ଦେଇଥିବା ସଭ୍ୟ ଅରୁଣ ସାହୁ,ରଞ୍ଜନ ସାହୁ,ନରେନ୍ଦ୍ର ଦାସ ଓ ଅମିତ ଜୈନ ଙ୍କୁ ଉପଢୋକନ ପ୍ରଦାନ କରି ସ୍ୱାଗତ କରାଯାଇଥିଲା।ଏହି ସଭା ରେ ସଂଘ ର ସମସ୍ତ ବରିଷ୍ଠ ସଦସ୍ୟ ଓ କାର୍ଯ୍ୟକାରୀ କମିଟି ର ସଦସ୍ୟ ଓ ଉପଦେଷ୍ଟା ମଣ୍ଡଳୀ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

