ନ୍ୟୂଜଗ୍ୟାଲେରୀ,ଧର୍ମଗଡ,ବେହେରା:(ଭୂପେଶ ତିୱାରୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ରେ ଦୀର୍ଘ ୪୧ ବର୍ଷ ଧରି ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ଶିକ୍ଷକ କାମେଶ୍ବର ସିଂହ ସର୍ଧାପୁର ସ୍ଥିତ ନିଜ ବାସଭବନ ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ସେ ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ। ଦୀର୍ଘ ୪୧ ବର୍ଷ ଧରି ସେ ବେହେରା ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକତା କରିଥିଲେ ମୃତ୍ୟୁ ଖବର ପାଇ ଦଣ୍ଡପାଟ ଅଞ୍ଚଳ ର ଜନସାଧାରଣ,ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ସମାଜସେବୀ ଦୁଃଖ ପ୍ରକାଶ କରିବା ସହିତ ଦଣ୍ଡପାଟ ଅଞ୍ଚଳ ରେ ଏକ ଶୋକ ର ଛାୟା ଖେଳି ଯାଇଥିଲା।ମୃତ୍ୟୁଶଯ୍ୟା ନିକଟ ରେ ତାଙ୍କର ପୁତ୍ର ତ୍ରିଲୋକ୍ୟ ସିଂହ ଉପସ୍ଥିତ ଥିଲେ। ଗ୍ରାମ ସ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମାପନ ହୋଇଥିଲା। ଦୁଃଖଦ ଖବର ଶୁଣି ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପାଟଯୋଷୀ,ପୂର୍ବତନ ବିଧାୟକ ମୋସୁଧି ବାଗ,ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ,ବରିଷ୍ଠ ଆଇନଜୀବି ଦିଗାମ୍ବର ଡୁରିଆ,ବେହେରା ସରପଞ୍ଚ କୁମୁଦିନୀ ଗଇନ୍ତା,ସମିତିସଭ୍ୟ କିଶୋର ନାଗ, ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ ସମେତ ସମସ୍ତ ଶିକ୍ଷକ,ଶିକ୍ଷାବିତ୍ ତୁଳସୀ ରାମ ବାରିକ,ତଥା ଦଣ୍ଡପାଟ୍ ସାମ୍ବାଦିକ ସଂଘ ର ସଦସ୍ୟ ମାନେ ଗଭୀର ଶୋକ ପ୍ରକଟ କରିଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

