Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି ପରିପ୍ରେକ୍ଷୀରେ କାଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକ ଅନ୍ତର୍ଗତ ଆଡରୀ ଗ୍ରାମ ପଞ୍ଚାୟତ ଠାରେ କମ୍ପାନୀ ଖଣି ସିଏସଆର ଅଭିଯାନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଶିଶୁ ମାନଙ୍କ ବିକାଶ ସାଧନ ସକାଶେ ଅବିରତ ଉଦ୍ୟମ ଜାରି ରହିଛି । ଉକ୍ତ ବ୍ଲକ ଅଧିନ ଆଡରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କମ୍ପାନୀ ସିଏସଆର କାର୍ଯ୍ୟକ୍ରମ ଅଧିନସ୍ଥ ଓଡିଆ ପାଠ୍ୟକ୍ରମ ଆଧାରିତ ଡିଜିଟାଲ କ୍ଲାସ ରୁମ ଉଦଘାଟନ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଥୁଆମୁଲ ରାମପୁର ତହସିଲଦାର ନିରୋଜ ବାତ୍ରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାକୁ ଛାତ୍ରଛାତ୍ରୀଙ୍କ ଉଦ୍ଧେଶ୍ୟରେ ଉଦଘାଟନ କରିଛନ୍ତି । ବିଦ୍ୟାର୍ଥୀମାନେ କମ୍ପୁଟର ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ସହ ବିଭିନ୍ନ କଠିନ ସାଧ୍ୟ ବିଷୟବସ୍ତୁ ଗୁଡିକୁ ସହଜ ଉପାୟରେ ବୁଝିପାରିବେ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ସ୍ୱାଇଁଙ୍କ ସମେତ ଅନ୍ୟ ସହକାରୀ ଶିକ୍ଷକ ଓ ଶିକ୍ଷାର୍ଥୀମାନେ ଖୁସି ବ୍ୟକ୍ତ କରିଛନ୍ତି ।
ଏଥିସହିତ ଉକ୍ତ ବିଦ୍ୟାଳୟରେ ଗଣିତ ପ୍ରୟୋଗଶାଳା ମଧ୍ୟ ଅନୁରୂପ ସ୍ଥାପନ ହୋଇଛି । ଯଦ୍ୱାରା ଛାତ୍ରଛାତ୍ରୀମାନେ ଗଣିତ ସଂକ୍ରାନୀୟ ବିଷୟବସ୍ତୁ ଛବି ମାଧ୍ୟମରେ ଦେଖି ଶୁଣି ମନେ ରଖିବା ସହିତ ଜ୍ଞାନ ଆହରଣ କରିପାରିବେ । ଅନ୍ୟପକ୍ଷେ ୟୁଏଆଇଏଲର ସମାଜ ମଙ୍ଗଳକାରୀ ପ୍ରତିବଦ୍ଧତା ଅନ୍ତର୍ଗଥ ଆଡରୀ ଗ୍ରାମ ପଞ୍ଚୟରେ ଶୈଶବ ଅବସ୍ଥାରେ ଶିଶୁର ବିକାଶକୁ ପ୍ରାଧାନ୍ୟ ଦେଇ ଆହୁରି ୪ଗୋଟି ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହିକ୍ରମରେ ସୂର୍ଯ୍ୟଗଡ, କେନ୍ଦୁମୁଣ୍ଡି, ମାଲିଗାଁ ଓ ଆଡରୀ ଗାଁରେ ଏହି କେନ୍ଦ୍ର ସ୍ଥାପନ କରାଯାଇଛି । ଉକ୍ତ କାଯ୍ୟକ୍ରମ ଅଭତି ଲର୍ଣ୍ଣଂ ଭୁବନେଶ୍ୱର, ସହଭାଗିତାରେ ସ୍ଥାପନ କରାଯାଇଥିବା ସ୍ଥଳେ ଆଗାମୀ ଦିନରେ ଏପରି ଅଭିଯାନ ଖଣି ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଜାରି ରହିବ । ଉକ୍ତ କାର୍ଯ୍ୟକ୍ରମ ଖଣି ସିଏସଆର ମୁଖ୍ୟ ନିହାରିକା ସାହୁଙ୍କ ପ୍ରତେକ୍ଷ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ ଅଭତି ଲରନିଂ ପକ୍ଷରୁ ବିକାଶ ସ୍ୱାଇଁ ଏବଂ ସିଏସଆର ବିଭାଗର ସହକର୍ମୀ ସୁଶାନ୍ତ ଧଳ ଓ ସୁଧୀର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
