ନ୍ୟୁଜ ଗ୍ୟାଲେରି,କଳାହାଣ୍ଡି:ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ରେ କେତେକ ମୁଷ୍ଟିମେୟ ଲୋକଙ୍କ ରାଜନୀତି ଜୋର ଧରିଛି।ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତରେ ଚଳିତ ନିର୍ବାଚନ ରେ ୧୪ ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ । ସେଥିରୁ ସମାଜ ସେବୀ ତଥା ସିନେମା ଜଗତର କଳାକାର ରମେଶ ନାଏକ ବିଜୟ ଲାଭ କରି ଗ୍ରାମ ପଞ୍ଚାୟତର ଲୋକଙ୍କ ସେବା କରି ଆସୁଛନ୍ତି। କିନ୍ତୁ ଏବେବି ତାଙ୍କ ବିପକ୍ଷ ପ୍ରାର୍ଥୀ ମାନଙ୍କ ସହ କିଛି ଅସାଧୁ ସ୍ୱାର୍ଥପର ମାନେ ଷଡଯନ୍ତ୍ର କରି କିଛି ୱାର୍ଡ ମେମ୍ବର କୁ ଧରି ଲୋଭ ଓ ଭୟ ଦେଖାଇ ସରପଞ୍ଚ ରମେଶ ନାଏକ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ କରାଇବା ପାଇଁ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରୁଦ୍ଧରେ ଗତ ସେପ୍ଟେମ୍ବର ୧୮ ତାରିଖରେ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିବା ଖବର ସେପ୍ଟେମ୍ବର ୨୦ ତାରିଖରେ ଖବରକାଗଜ ରେ ପ୍ରକାଶ ପାଇଥିଲା। ସରପଞ୍ଚ ରମେଶ ନାଏକ ଙ୍କୁ କିଛି ମୁଷ୍ଟିମେୟ ଲୋକ ଷଡଯନ୍ତ୍ର କରି ବଦନାମ କରିବା ପାଇଁ ବିରୋଧୀ ମାନେ ଚେଷ୍ଟା କରି ଆସୁଛନ୍ତି କିନ୍ତୁ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ଜନସାଧାରଣ ବୁଦ୍ଧି ଯିବି ସରପଞ୍ଚ ରମେଶ ନାଏକ ଙ୍କୁ ପ୍ରଶଂସା କରିବା ସହିତ ଲୋକଙ୍କ ସେବାକରି ସୁଖ,ଦୁଃଖ ରେ ସହଯୋଗ କରନ୍ତି ବୋଳି ଚର୍ଚ୍ଚା ଆଲୋଚନା କରିଛନ୍ତି। କିଭଳି ସେବାକେରୁଥିବା ସମାଜ ସେବକ ସରପଞ୍ଚ ଙ୍କୁ ଅନାସ୍ଥା ପ୍ରସ୍ତାବ ଆଣୁଛନ୍ତି ବୋଳି କେତେ ମୁଷ୍ଟିମେୟ ଲୋକଙ୍କୁ ନିନ୍ଦା କରୁଥିବା ଅଭିଯୋଗ ହେଉଛି।ବିରୋଧି ମାନେ ଷଡଯନ୍ତ୍ର କରି ଅନାସ୍ଥା ପ୍ରସ୍ତାବ କରାଇବା ପାଇଁ ଉପ-ଜିଲ୍ଲାପାଳଙ୍କ ପାଖରେ ଦାବିପତ୍ର ୱାର୍ଡ ମେମ୍ବର ମାନଙ୍କ ଦ୍ଵାରା ପଠାଇଥିବା ଜଣସାଧାରଣ ରେ ଚର୍ଚ୍ଚା ହେଉଛି । ଏହା କୁ ନେଇ ସରପଞ୍ଚଙ୍କୁ ପଚାରି ବୁଝିବାରୁ ମୋର କୌଣସି ଭୁଲ ନାହିଁ ବାରମ୍ବାର ମୋତେ ୧୦ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ପଞ୍ଚାୟତ ରେ ବସିବା ପାଇଁ କହୁଛନ୍ତି। ହେଲେ ମୋପାଖରେ ପ୍ରତିଦିନ ୧୦ ରୁ ୪ବସିବା ସମ୍ଭବ ହେଇ ପାରୁନାହିଁ ତେଣୁ ମୋତେ ବଦନାମ କରୁଛନ୍ତି ବୋଲି ସରପଞ୍ଚ କହିଛନ୍ତି
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

