ନ୍ୟୁଜ ଗ୍ୟାଲେରି,ଲାଞ୍ଜିଗଡ:(କୈଳାସ ଚନ୍ଦ୍ର ସାହୁ) ସରକାର ଶିଶୁ ଙ୍କ ଅନ୍ତର୍ନିହିତ ଗୁଣବଲିର ବିକାଶ ଓ ପୁଷ୍ଟି ହୀନତା ରୋକିବା ପାଇଁ ଶିଶୁ ବିକାଶ ଯୋଜନା ଅଧୀନରେ ଅଙ୍ଗନବାଡି କେନ୍ଦ୍ର ଖୋଲିଛନ୍ତି । ଏହି କେନ୍ଦ୍ରରେ ୩ ରୁ ୬ବର୍ଷର ଶିଶୁଙ୍କୁ ଛଅ ଦିନକୁ ଛଅ ପ୍ରକାର ରାନ୍ଧଖାଦ୍ୟ ଦିଆଯାଉଥିବା ବେଲେ ଗର୍ଭବତୀ ଓ ପ୍ରସୂତି ମହିଲା ଛତୁଆ ବଣ୍ଟନ କରିବା ଶହ ଓଜନ ଓ ସ୍ୱାସ୍ଥ୍ୟ ପରୀକ୍ଷ୍ୟ କରାଯାଇଥାଏ ।
ବର୍ଷ କୁ ଥରେ ସମସ୍ତ ଙ୍କୁ ସଚେତନ କରିବା ପାଇଁ ପୋଷଣ ମାସ ପାଳନ କରାଯାଇଥାଏ ।ଲାଞ୍ଜିଗଡ ବ୍ଲକ କାନକୁଟରୁ ପଞ୍ଚାୟତ ପାଇକବୋରି ଅଙ୍ଗନବାଡି କେନ୍ଦ୍ର ରେ ଅଙ୍ଗନବାଡି କର୍ମୀ ଚଞ୍ଚଳା ସାହୁ ଙ୍କ ତତ୍ତ୍ୱବଧାନ ରେ ଏହି ପୋଷଣ କାର୍ଯ୍ୟକ୍ରମ ମହାସମାରୋହର ସହିତ ପାଳିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ଗର୍ଭବତୀ, ପ୍ରସୂତି, କିଶୋରୀ ବାଳିକା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ ବାଲ୍ୟ ବିଭାହ ବନ୍ଦ, ରକ୍ତ ହୀନତା, ଅପପୁଷ୍ଟି, ଅନ୍ଧ ବିଶ୍ୱାସ, ସ୍ଵଚ୍ଚ ପରିବେଶ କୁ ନେଇ ସଚେତନତା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ଯାଞ୍ଚ କମିଟି, ମାତୃ କମିଟି ମହିଲା ସଦସ୍ୟା ମାନେ ଯୋଗ ଦେଇଥିବା ବେଲେ ୱାର୍ଡ ସଭ୍ୟା ସଂଯୁକ୍ତା ବିଭାର, ଏମବିକେ ଜୟନ୍ତୀ ବାଗ, ସିଆରପି ପୁଷ୍ପା ନାଗ, ସୁକାନ୍ତି ମାର୍ଥା, ଜିପିଏଲ ସଭ୍ୟା ସୌଦାମିନୀ ମାର୍ଥା, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
Latest entries
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ
ଜିଲ୍ଲା ଖବରJune 26, 2026ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ

