ନ୍ୟୁଜ ଗ୍ୟାଲେରି,ଭବାନିପାଟଣା: ସଦର ବ୍ଲକ ଅର୍ନ୍ତଗତ ସର୍ଗୀଗୁଡା ଗ୍ରାମ ଠାରେ ଚାଲୁଥିବା ବେଆଇନ୍ ରନ୍ଧା ଦେଶୀ ମଦ ତିଆରି ଉପରେ ଚଢାଉ କରି ଜବତ କରାଯାଇଛି । ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଭାରପ୍ରାପ୍ତ ଅଧିକାରୀ ତିଳକରାମ ନାଏକ ଙ୍କ ନେତ୍ରୁତ୍ଵରେ ସଦର ବ୍ଲକ ସର୍ଗୀଗୁଡା ଗ୍ରାମର ପଛ ପଟ ଏକ ନାଳ ରେ ଦେଶୀ ରନ୍ଧା ମଦ ସ୍ଥାନକୁ ଚଢାଉ କରି ୨୦୦ ଲିଟର ମହୁଲ ରନ୍ଧା ମଦ ଜବତ କରି ନଷ୍ଟ କରି ଦିଆ ଯାଇଛି ।
ଏହା ସହ ଦେଶୀ ମଦ ରନ୍ଧା ସାମଗ୍ରି ୨୬୦୦ କିଲୋଗ୍ରାମ ମହୁଲ ଫାସ, ୫ କିଲୋ ଗୁଡ ଜବତ କରାଯାଇଛି ।ଏହି ଚୋରା ମଦ ଭବାନିପାଟଣା ସହରକୁ ଚୋରା ଚାଲାଣ ହେବାକୁ ଯାଉଥିବା ସୂଚନା ଅବକାରୀ ବିଭାଗ ପାଖରେ ପହଞ୍ଚି ଥିଲା। ଏହି ଚଢାଉରେ ଅବକାରୀ ଇନିସପେକ୍ଟର କିଶନ ଗୌଡ, ସିପାହୀ ପ୍ରଦ୍ୟୁମ୍ନ ନାଏକ, ରାଜ କୁମାର ଶବର ପ୍ରମୂଖ ସହଯୋଗ କରିଥିଲେ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

