ନ୍ୟୁଜ ଗ୍ୟାଲେରି,ଭବାନିପାଟଣା: ସଦର ବ୍ଲକ ଅର୍ନ୍ତଗତ ସର୍ଗୀଗୁଡା ଗ୍ରାମ ଠାରେ ଚାଲୁଥିବା ବେଆଇନ୍ ରନ୍ଧା ଦେଶୀ ମଦ ତିଆରି ଉପରେ ଚଢାଉ କରି ଜବତ କରାଯାଇଛି । ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଭାରପ୍ରାପ୍ତ ଅଧିକାରୀ ତିଳକରାମ ନାଏକ ଙ୍କ ନେତ୍ରୁତ୍ଵରେ ସଦର ବ୍ଲକ ସର୍ଗୀଗୁଡା ଗ୍ରାମର ପଛ ପଟ ଏକ ନାଳ ରେ ଦେଶୀ ରନ୍ଧା ମଦ ସ୍ଥାନକୁ ଚଢାଉ କରି ୨୦୦ ଲିଟର ମହୁଲ ରନ୍ଧା ମଦ ଜବତ କରି ନଷ୍ଟ କରି ଦିଆ ଯାଇଛି ।
ଏହା ସହ ଦେଶୀ ମଦ ରନ୍ଧା ସାମଗ୍ରି ୨୬୦୦ କିଲୋଗ୍ରାମ ମହୁଲ ଫାସ, ୫ କିଲୋ ଗୁଡ ଜବତ କରାଯାଇଛି ।ଏହି ଚୋରା ମଦ ଭବାନିପାଟଣା ସହରକୁ ଚୋରା ଚାଲାଣ ହେବାକୁ ଯାଉଥିବା ସୂଚନା ଅବକାରୀ ବିଭାଗ ପାଖରେ ପହଞ୍ଚି ଥିଲା। ଏହି ଚଢାଉରେ ଅବକାରୀ ଇନିସପେକ୍ଟର କିଶନ ଗୌଡ, ସିପାହୀ ପ୍ରଦ୍ୟୁମ୍ନ ନାଏକ, ରାଜ କୁମାର ଶବର ପ୍ରମୂଖ ସହଯୋଗ କରିଥିଲେ ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

