ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନରେ ମୁଖ୍ୟ ଚିକିତ୍ସା ଳୟ ରେ ରକ୍ତଦାନ ଶିବିର

0 minutes, 0 seconds Read

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୭୮ତମ ଶୁଭ ଜନ୍ମ ଦିନ ଅବସରରେ ଜୀବନବିନ୍ଦୁ ଓ କଳାହାଣ୍ଡି ବିଜୁ ଜନତା ଦଳ ଆନୁକୁଲ୍ୟରେ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟର ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଶିଶୁ ଓ୍ବାର୍ଡ ଠାରେ ଫଳ ବଣ୍ଟନ କରାଯାଇଥିଲା ।ଏହି ରକ୍ତଦାନ ଶିବିରରେ ସର୍ବମୋଟ ୭୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ କଳାହାଣ୍ଡି ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ନର୍ଲା ବିଧାୟକା ମନୋରମା ମହାନ୍ତି, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ଦୁଷ୍ମନ୍ତ ନାଏକ,ଭବାନୀ ଶଙ୍କର ମିଶ୍ର, ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ମହାନ୍ତି,ବିଷ୍ଣୁ ପ୍ରଧାନ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ମହିଳା ସଭାନେତ୍ରୀ ଲଳିତା ନାଏକ, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଏସସି ସେଲ ସଭାପତି ପ୍ରଶାନ୍ତ ନାଏକ,ରବି ପଟ୍ଟନାୟକ,ମନିନ୍ଦ୍ର ମହାନ୍ତି, ମାନସ ବାଗ ବଦ୍ରିନାରାୟଣ ପଟ୍ଟନାୟକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ମହିଳା ନେତ୍ରୀ ସବିତା ପ୍ରଧାନ, ସମିତା ନାଏକ, ସତ୍ୟବ୍ରତ ଦାସ, ଯୁବନେତା ମଧୁ ନାଗ, ଭୋଲା ଶଙ୍କର, ଲାଲ ବାହାଦୁର ନାଏକ, ଗୁପ୍ତେଶ୍ବର ଛତ୍ରିଆ, ନିଳାମ୍ବର ସାହୁ , ତଥା ସମସ୍ତ ମ୍ୟୁନିସିପାଲଟି କାଉନସିଲର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts