ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ୫୬ତମ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡାର ଉଦଘାଟନୀ ଉତ୍ସବ ସ୍ଥାନୀୟ ମାଁ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ବେଳେ ଉଦଯାପନୀ ଉତ୍ସବ ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସମାପନ ହୋଇଥିଲା।
ଏହି କ୍ରୀଡା ଉତ୍ସବର ଉଦଘାଟନୀ ଦିବସରେ ବିଦ୍ୟାଳୟର କ୍ରୀଡ଼ାବିତମାନେ ଶାରୀରିକ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଆଶୁତୋଷ ଦୁବେଙ୍କ ତତ୍ୱାବଧାନରେ ମାଣିକେଶ୍ବରୀ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ପହଞ୍ଚିଥିଲେ।ଅନୁଷ୍ଠିତ ହେଉଥିବା ମଞ୍ଚ ସମ୍ମୁଖରେ ଏହା ସ୍ଥାପନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ମୁନସିପାଳ ହାଇସ୍କୁଲର ପ୍ରଧାନ ଶିକ୍ଷତ୍ରୀ ଇଲାରାଣୀ ମହାନ୍ତି ଓ ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ବିଭୁତି ଭୂଷଣ ଠାକୁର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଦୁଇଦିନ ଧରି ଚାଲିଥିବା ଏହି ଉତ୍ସବରେ ସର୍ବମୋଟ ୫ଟି ବିଭାଗର ୩୫ଟି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଜ଼ିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ରୁପସିଂ ରାଉତ, ସମ୍ମାନିତ ଅତିଥି ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ପ୍ରମୋଦ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହି କ୍ରୀଡା ଉତ୍ସବ ସୁପରିଚାଳନା ପାଇଁ ଦୁଇଜଣ କ୍ରୀଡା ଶିକ୍ଷକ ଜିତେନ୍ଦ୍ର ରଥ ଏବଂ ଥୁଆପଦର ହାଇ ସ୍କୁଲର ଶିକ୍ଷକ ତପନ କୁମାର ସାହୁ ସହଯୋଗ କରିଥିଲେ। ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି କ୍ରୀଡାଉତ୍ସବରେ ଅଂଶ ଗ୍ରହଣ କରିଥିଲେ।
ଶିକ୍ଷୟତ୍ରୀ ଗୀତାଞ୍ଜଳି ତ୍ରିପାଠୀ ମଞ୍ଚ ପରିଚାଳନା କରି ଥିବା ବେଳେ ବରିଷ୍ଠ ଶିକ୍ଷକ ରାଜୁ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦିଲ୍ଲୀପ ଦାଶ,ଶିକ୍ଷକ ଦେବୀପ୍ରସାଦ ଆଚାରୀ,ଶିକ୍ଷକ ଆଶୁତୋଷ ଦୁବେ,ଶିକ୍ଷକ ଦିବ୍ୟ ରଞ୍ଜନ ଜେନା, ଜଗମୋହନ ବିଶ୍ୱାଳ, ହୃଦୟାନନ୍ଦ ଜଗଦଳା, ଉଦିତ ପ୍ରତାପ ସିଂ, ଶିକ୍ଷୟତ୍ରୀ ତମସା ମହାପାତ୍ର, ସସ୍ମିତା ପଧାନ, ପ୍ରତିଭା ସାହୁ, ମିନତି ଦାଶ, ସ୍ୱପ୍ନା ପ୍ରଧାନ,ଗୀତା ନାଏକ, ପ୍ରଗତି ସେଠ, ଆନନ୍ଦିନୀ ଠାକୁର, ସୁଦୀପ୍ତା ଦାଶ , ତିଲୋତ୍ତମା ବାରିକ, ହେମ ସାଠୁଆ, ନିରୁପମା ମଲ୍ଲିକ, ଅଫିସ ସହାୟକ ଲୋକନାଥ ନାଏକ, ପୁଷ୍ପାଞ୍ଜଳି ବେହେରା, ଚତୁର୍ଥଶ୍ରେଣୀ କର୍ମଚାରୀ ଗୋକୁଳ ସାହୁ, ଧବଳେଶ୍ୱର ସିଂ, ସଂଜୀବ ଗୌଡ଼ ଓ ନରେଶ ମାଝୀ କାର୍ଯ୍ୟକ୍ରମର ସଫଳତାପାଇଁ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରSeptember 30, 2026ଦୁର୍ଗାପୂଜା ଓ ମା ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା -୨୦୨୬ର ପ୍ରସ୍ତୁତି ବୈଠକ।
ଜିଲ୍ଲା ଖବରSeptember 30, 2026ଭବାନୀପାଟଣା ବସଷ୍ଟାଣ୍ଡରେ ଚିତାବାଘ କବୁକରିବା ମକ୍ ଡ୍ରିଲ୍
ଜିଲ୍ଲା ଖବରSeptember 21, 2026ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ

