ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ରାଜ୍ୟର କୃଷକ ମାନଙ୍କ ପାଇଁ ବିଶେଷ କରି ଧାନ ଫସଲ ଉପରେ କୁଇଣ୍ଟାଲ ପିଛା ରହିଥିବା ସହାୟତା ରାଶି ର ବୃଦ୍ଧି ନିମନ୍ତେ ରହିଥିବା ବହୁତ ଦିନର ଦାବି ଆଜି ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଅଛି ।ଏହି ଅବସରେ ବରଗଡ଼ ଜିଲ୍ଲାର ସୋହେଲା ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବର୍ଣ୍ଣାଢ୍ୟ ଉତ୍ସବରେ କୁଇଣ୍ଟାଲ ପିଛା ଧାନ ର ସର୍ବ ନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ଉପରେ ରାଜ୍ୟ ବଜେଟ ରୁ ୮୦୦ଟଙ୍କା ର ଇନପୁଟ ସହାୟତା ରାଶି ସହିତ ଚାଷୀ ଙ୍କୁ ସମୁଦାୟ ୩୧୦୦ ଟଙ୍କା ପ୍ରଦାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କରକମଳରେ ଶୁଭାରମ୍ଭ କରିଛନ୍ତି।
ଚାଷୀ ହେଉଛନ୍ତି ଅନ୍ନ ଦାତା ।ଚାଷୀଙ୍କର ଆୟ ବୃଦ୍ଧି କୁ ଦୁଇ ଗୁଣା କରିବା ପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଆଜି ନୂଆ ସରକାର ଛଅ ମାସ ମଧ୍ୟରେ ପୂରଣ କରିଛନ୍ତି। ସେଥିପାଇଁ ମୁଁ ଆନନ୍ଦିତ ବୋଲି ଲାଇଭ ଷ୍ଟ୍ରିମିଂ ମାଧମରେ ରାଜ୍ୟର ଦଶଗୋଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ସଂଯୁକ୍ତ ଜିଲ୍ଲାସ୍ତରୀୟ ସମାରୋହରେ ଉପସ୍ଥିତ ଚାଷୀ ମାନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବୋଧନ କରିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡଃ ମୁକେଶ ମହାଲିଙ୍ଗ,ମାନ୍ୟବର ମନ୍ତ୍ରୀ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଯୋଗଦେଇ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ର ଶୁଭ ଉଦ୍ଧଘାଟନ କରିଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵରା ଧାନର ସହାୟତା ମୂଲ୍ୟ ବୃଦ୍ଧି କରାଯାଇ ଆଜି ଚାଷିଙ୍କ ଆୟ କୁ ବୃଦ୍ଧି କରାଯାଇ ତାଙ୍କର ବହୁଦିନର ଦାବି ପୂରଣ କରାଯାଇଥିବା ରୁ ଚାଷୀ ଭାଇ ଙ୍କ ମୁହଁରେ ହସ ଫୁଟିଚି, ଆଗରେ ଚାଷୀମାନେ ଦଲାଲ ର ଶିକାର ହେଇଥିଲେ ଏବଂ ଧାନର ଉଚିତ୍ ମୂଲ୍ୟ ପାଇପାରୁନ ଥିଲେ। ବର୍ତ୍ତମାନ ଦଲାଲ ର କୌଣସି ସ୍ଥାନ ନାହିଁ ଚାଷୀ ମାନେ ସିଧାସଳଖ ଧାନ ମଣ୍ଡି ରେ ନିଜର ଧାନ ବିକ୍ରୟ କରି ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଉଚିତ୍ ମୂଲ୍ୟ ପାଇପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ମହାଲିଙ୍ଗ ଆଲୋକପାତ କରିଥିଲେ ଏବଂ ସରକାରଙ୍କ ର ବିଭିନ୍ନ ଜନହିତକର ଯୋଜନା ବିଶେଷ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଖାଲି ପଡିଥିବା ଆବଶ୍ୟକ ପଦବୀ ଗୁଡିକ ପୂରଣ ପାଇଁ ସରକାର ତତ୍ପରତା ସହିତ ନେଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରେ ଜୟପାଟଣା ର ହୃଦାନନ୍ଦ କଂସାରି, ମଙ୍ଗଳପୁର ର ତ୍ରିବେଣୀ ସାହୁ, କୋକସରା ଝରିଆଗୁଡା ର ବିରାଟ ପଟ ନାୟକ, ହେମନ୍ତ ଗହୀର, ରୂପରା ର ନେପାଲ ବିଶ୍ଵାଳ, ନର୍ଲା ଲବ କୁମାର, ଟେମରା ,ଜମ୍ବେ ପ୍ରସାଦ ଚୌଧୁରୀ ପି ପି ସି, ପି ଏ ସି ଏସ୍, ରେ ତାଲିକାଭୁକ୍ତ ଚାଷୀ ଙ୍କୁ କ୍ବିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ଉପରେ ରାଜ୍ୟ ସରକାରଙ୍କ ଦ୍ଵାରା ୮୦୦ଟଙ୍କା ର ଇନପୁଟ ସହାୟତା ରାଶି ସହିତ ସମୁଦାୟ ୩୧୦୦ ଟଙ୍କା ର ଡମି ଚେକ୍ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଙ୍କ ଦ୍ଵାର ପ୍ରଦାନ କରାଯାଇଥିଲା।
ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ,ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟଯୋଷୀ,ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର ୱାନ ପ୍ରମୁଖ ଯୋଗଦେଇ ଥିଲେ ଏବଂ ଚାଷୀ ଙ୍କ ହିତ ଉଦ୍ଦେଶ୍ଯ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ରୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମ କୁ ଡଃ ଉମେଶ ଶତପଥି ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର ୱାନ ସମସ୍ତ୍ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରFebruary 25, 2026ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା
ଜିଲ୍ଲା ଖବରFebruary 24, 2026ଅବକାରୀ ବିଭାଗ ଚଢ଼ାଉ ନକଲି ବିଦେଶୀ ମଦ ଜବତ
ଜିଲ୍ଲା ଖବରFebruary 21, 2026ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରFebruary 17, 2026ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

