ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜୟପାଟଣା ବ୍ଲକ ବିଭିନ୍ନ ଗ୍ରାମପଞ୍ଚାୟତ ର ଜଙ୍ଗଲ ଜମି ଉପରେ ବସବାସ କରୁଥିବା ଆଦିବାସୀ ମାନଙ୍କୁ ତାଙ୍କର ହକ ଦେବା ସହ ପଟ୍ଟା ପ୍ରଦାନ କରିବା ପାଇଁ ଜିଲ୍ଲା ଆଦିବାସୀ ସଂଘ ଜୟପାଟଣା ଗ୍ରସ୍ତ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମଙ୍ଗଳ ଅଧିକାରୀ ଓ ଜଙ୍ଗଲ ବିଭାଗ ସହ ଆଲୋଚନା କରିଛି।ବ୍ଲକରେ ଏବେ ମଧ୍ୟ ଅନେକ ଆଦିବାସୀ ମାନେ ନିଜର ହକ ପାଇ ନ ଥିବା ବେଳେ ପଟ୍ଟା ପାଇଁ ହଇରାଣ ହେଉଛନ୍ତି।
ତେବେ ତାଙ୍କୁ କିପରି ଭାବରେ ଯଥା ସମ୍ଭବ ଜମି ପଟ୍ଟା ପ୍ରଦାନ କରାଯିବ ସେ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂଘ ଅନୁରୋଧ କରିଛି।ଏଥିରେ ଜିଲ୍ଲାଅଧିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ବ୍ଲକ ସଭାପତି ମନୋଜ ପାତ୍ର ,ସମ୍ପାଦକ ପୁରୁଷୋତ୍ତମ ମାଝୀ ,କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ପାତ୍ର ,ତଥା ଅନେକ ବୁଦ୍ଧିଜିବୀ ସାମିଲ ହୋଇଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

