ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜୟପାଟଣା ବ୍ଲକ ବିଭିନ୍ନ ଗ୍ରାମପଞ୍ଚାୟତ ର ଜଙ୍ଗଲ ଜମି ଉପରେ ବସବାସ କରୁଥିବା ଆଦିବାସୀ ମାନଙ୍କୁ ତାଙ୍କର ହକ ଦେବା ସହ ପଟ୍ଟା ପ୍ରଦାନ କରିବା ପାଇଁ ଜିଲ୍ଲା ଆଦିବାସୀ ସଂଘ ଜୟପାଟଣା ଗ୍ରସ୍ତ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମଙ୍ଗଳ ଅଧିକାରୀ ଓ ଜଙ୍ଗଲ ବିଭାଗ ସହ ଆଲୋଚନା କରିଛି।ବ୍ଲକରେ ଏବେ ମଧ୍ୟ ଅନେକ ଆଦିବାସୀ ମାନେ ନିଜର ହକ ପାଇ ନ ଥିବା ବେଳେ ପଟ୍ଟା ପାଇଁ ହଇରାଣ ହେଉଛନ୍ତି।
ତେବେ ତାଙ୍କୁ କିପରି ଭାବରେ ଯଥା ସମ୍ଭବ ଜମି ପଟ୍ଟା ପ୍ରଦାନ କରାଯିବ ସେ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂଘ ଅନୁରୋଧ କରିଛି।ଏଥିରେ ଜିଲ୍ଲାଅଧିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ବ୍ଲକ ସଭାପତି ମନୋଜ ପାତ୍ର ,ସମ୍ପାଦକ ପୁରୁଷୋତ୍ତମ ମାଝୀ ,କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ପାତ୍ର ,ତଥା ଅନେକ ବୁଦ୍ଧିଜିବୀ ସାମିଲ ହୋଇଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

