ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ର ଦ୍ଵିତୀୟ ବାର୍ଷିକ କ୍ରୀଡା ମହୋତ୍ସବ ବିଦ୍ୟାଳୟ ର ଖେଳ ପଡିଆ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶିଷ୍ଟ ଶିକ୍ଷାବିତ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି।
ଉଦ୍ଧଘାଟନୀ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ମୂଖ୍ୟ ଅତିଥି ମୁଖ୍ୟବକ୍ତାଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର, ସମ୍ମାନିତ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହୃଷୀକେଶ ନାଏକ, ଜଗଦୀଶ ପ୍ରସାଦ ମୁଣ୍ଡ , ଆଶିଷ ପଣ୍ଡା ବିଦ୍ୟାଳୟ ପରିଚାଳନା କମିଟି ଉପାଧ୍ୟକ୍ଷ, କ୍ରୀଡାବିତ୍ ପ୍ରବୀଣ କୁମାର ମହାନ୍ତି, ସୂର୍ଯ୍ୟ ନାରାୟଣ ଦାସ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତୁଳସୀ ରାମ ସାହୁ, ଶିକ୍ଷକ ନେତା ଧନଞ୍ଜୟ ସାହୁ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମଶାଲ ,କ୍ରୀଡା ଧ୍ଵଜା ଉତ୍ତୋଳନ ପୂର୍ବକ କ୍ରୀଡା ଉତ୍ସବ ର ଶୁଭ ଉଦ୍ଘାଟନ କରାଯାଇଥିଲା । ଛାତ୍ର ଛାତ୍ରୀ ଙ୍କ ପ୍ୟାରେଡ, ଅଭିବାଦନ ଗ୍ରହଣ ପରେ ଛାତ୍ରଛାତ୍ରୀ ଖେଳ ଆରମ୍ଭ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ଦିବସ ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ମୁଖ୍ୟ ବକ୍ତାଟେମ୍ ଲାଲ୍ ଦୁବେ,ଦୈନିକ ସମ୍ବାଦପତ୍ରର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶି, ସମ୍ମାନିତ ଅତିଥି,ଓଟିଭି ଜିଲ୍ଲା ପ୍ରତିନିଧି ରାଜକିଶୋର ସିଂହ ଦେଓ, ସନ୍ତୋଷ କୁମାର ଦାଶ ସମିତି ସଭ୍ୟ, ଦେବରାଜ ସାହୁ ୱ।ଡ଼ ମେମ୍ବର,, ବରିଷ୍ଠ ଶିକ୍ଷକ ଜଗନ୍ନାଥ ତ୍ରିପାଠୀ, ଶିକ୍ଷକ ନେତା ଭୃକୁଟି ଗଉଡ, ଦୁର୍ଯ୍ୟୋଧନ ମାଝୀ, ବରିଷ୍ଠ ଶିକ୍ଷୟିତ୍ରୀ ରୀନା ମହାପାତ୍ର,ସୁନୀତି ମୁଣ୍ଡ, ,ଗୌରୀ ଶୁକ୍ଳ।, ଜ୍ୟୋସ୍ନା ମୟୀ ଦୋରା, ସଭ୍ୟା ମଞ୍ଜରୀ ପଟ୍ଟନାୟକ, ଶିକ୍ଷକ ଅନିଲ ଶମା, ସୂର୍ଯ୍ୟ ନାରାୟଣ ଦାସ, ଆଞ୍ଚଳିକ ସାଧନ ସଞୋଜକ ତୁଳସୀ ରାମ ସାହୁ, ଧନଞ୍ଜୟ ସାହୁ ପ୍ରମୁଖ ଯୋଗଦାନ କରି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।
ସମସ୍ତ ଅତିଥି, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇ କ୍ରୀଡ଼ା ମହୋତ୍ସବ ର ଉଦଯାପନ କରି ଥିଲେ। ଉକ୍ତ ଦୁଇ ଦିନିଆ ଏହି ମହୋତ୍ସବ ସମଗ୍ର ମେଦିନୀପୁର ଗ୍ରାମ କୁ ଉତ୍ସବ ମୁଖରିତ କରିଥିଲା। ଉକ୍ତ ଦୁଇ ଦିନିଆ କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରତିଭା ଦାଶ, କଲ୍ୟାଣୀ ଦାସ, ନିଶାମଣି ଦେଇ, ଗୀତା ଞ୍ଜଳୀ ସିଂ ଦେଓ, ଯମୁନା ଛତ୍ରୀୟା ଓ ସଂଞ୍ଜୁକ୍ତା ଦାଗ ପ୍ରମୁଖ ସହଯୋଗ କରି ମଶାଲ ଶୋଭାଯାତ୍ରା, ଅତିଥି ସ୍ବାଗତ, ଖେଳ କୁଦ ଇତ୍ୟାଦି ପରିଚାଳନା କରିଥିଲେ। ବିଦ୍ୟାଳୟ କ୍ୟାପଟେନ ସମୀକ୍ଷା ଦୀପ ଓ କମାଣ୍ଡର କରନ ହିଆଲ କ୍ରୀଡା ଉତ୍ସବ କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Editor, News Gallery
Mob: 9439506580
Email: newsgallery.in@gmail.com