ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ବ୍ଲକ ଷ୍ଟେଚୁଗୁଡି ଠାରୁ ବିରାଟ ଶୋଭାଯାତ୍ରା ରେ ପୁରୀ ରୁ ଆସିଥିବା ସେବାୟତ ଙ୍କୁ ଭବ୍ୟ ସ୍ବାଗତ ସହ ସ୍ଥାନୀୟ ଜଗନ୍ନାଥ ମନ୍ଦିର କୁ ପାଛୋଟି ନିଆଯାଇଥିଲା।ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଆସନ୍ତା ୨୦୨୪ ଜାନୁଆରୀ ୧୭ ତାରିଖ ରେ ଅନୁଷ୍ଠିତ ହେବ।
ଏହି ଉତ୍ସବ ରେ ସାମିଲ ହେବାକୁ ଦେଶ ଓ ରାଜ୍ୟ ର ପ୍ରମୁଖ ଦେବପୀଠ କୁ ନିମନ୍ତ୍ରଣ କରାଯାଉଛି।ଏହି ଉପଲକ୍ଷେ ଶ୍ରୀ ମନ୍ଦିର ସେବାୟତ କେଦାରନାଥ ପତ୍ରିହାରି, ଲୋକନାଥ ପତ୍ରିହାରୀ , ଚନ୍ଦ୍ର ଶେଖର ଖୁଣ୍ଟିଆ ଏବଂ ନୋଡାଲ ଅଧିକାରୀ ପୁରୀ ଜିଲ୍ଲା ପଞ୍ଚାୟତ ଅଧିକାରୀ ବଳରାମ ପାତ୍ର ଅନୁଷ୍ଠିତ ସଭାରେ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର ୪ ଜଣ ମନ୍ଦିର ପୂଜକ ଙ୍କୁ ଯଥାବିଧି ଆମନ୍ତ୍ରଣ କରିଥିଲେ। ଅନୁଷ୍ଠିତ ସଭାରେ ସେବାୟତ ଅତିଥି ମାନଙ୍କୁ ସମ୍ଭର୍ଦ୍ଧନା କରାଯାଇଥିଲା।
ସଭା ରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର,ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ,ସି ଡି ଓ ଜିଲ୍ଲାପରିଷଦ ସଚିନ ପାୱାର ପ୍ରକାଶ, ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା ଅତିଥି ରୂପେ ଯୋଗ ଦେଇ ନିଜ ବକ୍ତବ୍ୟରେ ଜଗନ୍ନାଥ ମନ୍ଦିର,ସଂସ୍କୃତି, ପରମ୍ପରା, ଐତିହ୍ୟ କୁ ସାରା ବିଶ୍ବରେ ଅଧିକ ପ୍ରଚାର ପ୍ରସାର କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କୁ ଗୁରୁତ୍ଵ ଦେଲେ।ସଭାରେ ଜଗନ୍ନାଥ ମନ୍ଦିର ର ପୂଜକ ଅଜୟ ମହାପାତ୍ର ଏବଂ ଧବଳେଶ୍ବର ମହାପାତ୍ର ,ମା ଭଣ୍ଡାରଘରିଣି ମନ୍ଦିର ପୂଜକ ଧନବଳ ପୂଜାରୀ ଓ ଗିରି ପ୍ରସାଦ ନାୟକ ଆସନ୍ତା ଜାନୁଆରୀ ୧୭ ରେ ହେବାକୁ ଥିବା ଲୋକାର୍ପଣ ଉତ୍ସବ ରେ ଯୋଗ ଦେବେ। ସଭାରେ ବହୁ ସଂଖ୍ୟକ ଜଗନ୍ନାଥ ଭକ୍ତ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଜନ ପ୍ରତିନିଧି ସହ ଶୋଭାଯାତ୍ରା ରେ ଘୁମୁରା, କୀର୍ତ୍ତନ ଦଳ ଯୋଗ ଦେଇଥିଲେ। ସଭାକୁ ସଞ୍ଚାଳନ କରିଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

