ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣାର ରଥଯାତ୍ରାର ପରମ୍ପରା ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଟଣା ଯାଏ ମାଣିକେଶ୍ଵରୀ ମନ୍ଦିର ସମିପ ନିର୍ଦ୍ଧାରିତ ସ୍ଥାନ ଯାଏଁ। ରବିବାର ରଥ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିଲା। ଗତ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଓ ସୋମବାର ଅପରାହ୍ନ ସାଢ଼େ ଚାରିଟା ଯାଏଁ ଶ୍ରଦ୍ଧାଳୁ ମାନେ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିଥିଲେ।
ଆଜି ଅପରାହ୍ନ ୫ ଟାରେ ରଥାରୁଢ଼ ଠାକୁରଙ୍କୁ ଆଳତି କରିବା ପରେ ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ବଳଭଦ୍ରଙ୍କ ପାଟ ଦଉଡ଼ି ଧରି ପହଣ୍ଡି ବିଜେ ସେବା ସମ୍ପାଦନ କରିଥିବା ବେଳେ ରାଜ ପରିବାର ସଦସ୍ୟ ତଥା ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଦେବୀ ସୁଭଦ୍ରାଙ୍କ ଓ ଯୁବରାଜ ଅଦ୍ଵୈତ ପ୍ରତାପ ଦେଓ ଜଗନ୍ନାଥଙ୍କ ପାଟ ଦଉଡ଼ି ଧରି ପହଣ୍ଡି ବିଜେ ସେବା ସମ୍ପାଦନ କରିଥିଲେ। ଧାଡ଼ି ପହଣ୍ଡିରେ ଠାକୁର ମାନଙ୍କୁ ଗୁଣ୍ଡିଚା ମନ୍ଦିରକୁ ଅଣା ଯାଇଥିଲା।
ଗୁଣ୍ଡିଚା ମନ୍ଦିର ଦ୍ଵାର ଦେଶରେ ଶ୍ରୀ ଜୀଉ ମାନଙ୍କୁ ଆଳତୀ କରାଯିବା ପରେ ଆଡ଼ପ ମଣ୍ଡପରେ ବିଜେ କରାଯାଇଥିଲା। ଆଡ଼ପ ମଣ୍ଡପରେ ବାହୁଡା଼ ଯାତ୍ରା ପଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ଅବସ୍ଥାନ କରିବେ। ଆଡ଼ପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କ ଦଶ ଅବତାର ବେଶ ଅନୁଷ୍ଠିତ ହେବ।ସେହିପରି ଆଜି ଗୁଣ୍ଡିଚା ମନ୍ଦିରରେ ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟଜିତ ଶ୍ରୀ ଜଗନ୍ନାଥ ଭଜନ ଧାରାରେ ସୁର ସଙ୍ଗୀତ ଅନୁଷ୍ଠାନ ଜଗନ୍ନାଥ ତ୍ରିପାଠୀ ଙ୍କ ଦ୍ଵାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଜିଲ୍ଲା ସଂସ୍କୃତି ବିଭାଗ ର ଅଧିକାରୀ ମନୋଜ କୁମାର ବେହେରା, ଗଭେସକ କଥାକାର ସତ୍ୟନାରାୟଣ ମହାପାତ୍ର,ଶିକ୍ଷକ ପ୍ରାକୁତି ବନ୍ଧୁ ପ୍ରଦୀପ କୁମାର ସାହୁ, ଜଗନ୍ନାଥ ମନ୍ଦିର ସେବକ ଧବଳେଶ୍ବର ମହାପାତ୍ର, ଶିକ୍ଷକ ଭୀମସେନ ସାହୁ, ସମାଜ ସେବୀ ଭବାନୀ ଶଙ୍କର ନିଆଲ, ନ୍ୟୁଜ ଗ୍ୟାଲେରି ଖବରକାଗଜ ର ସମ୍ପାଦକ ହେମନ୍ତ କୁମାର ରାୟ,ଶିକ୍ଷକ ରବି ନାରାୟଣ କାନୁନଗୋ,ସୁର ସଙ୍ଗୀତ ଅନୁଷ୍ଠାନ ର ସମ୍ପାଦକ ତ୍ରିବିକ୍ରମ ଷଡଙ୍ଗୀ ଉପସ୍ଥିତ ରହିଥିଲେ ।
ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ସୁର ସଙ୍ଗୀତ ର ଉପ ସଭାପତି ଭବେଶ ତ୍ରିପାଠୀ, ଭୁରକୁଟି ଗଉଡ଼ ପରେପରେ ସୁର ସଙ୍ଗୀତ ର କଳାକାର ମନେ ଭଜନ ପରିବେଷଣ କରିଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

