ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ନୂଆ ଆଶା ଓ ଅଭିଳାଷ କୁ ନେଇ ସୁନେଲି ସ୍ବପ୍ନ ଦେଖୁଥିବା ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା କୁନି କୁନି ଶିଶୁ ମାନଙ୍କ ସହିତ କିଛି ମୁହୂର୍ତ୍ତ କଟେଇବା ଓ ନୂତନ ବର୍ଷ ୨୦୨୫ କୁ ସ୍ଵାଗତ ଜଣାଇବା ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ଜିଲ୍ଲା ର ଅନ୍ୟ ଅଧିକାରୀ ମାନେ ଆଜି ନୂଆବର୍ଷ ର ପ୍ରଥମ ସକାଳ ରେ ଉପସ୍ଥିତ ହୋଇଥିଲେ ଭବାନୀପାଟଣା ସ୍ଥିତ ନେହେରୁ ସେବା ସଂଘ ଓ ବାଳଗୋପାଳ ସେବା ନିକେତନ ରେ।
ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଅନ୍ତେବାସୀ ଓ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କୁ ନବ ବର୍ଷ ର ଶୁଭେଚ୍ଛା ଜଣାଇବା ସହିତ ପିଲାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ପିଲାମାନେ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ଆହ୍ଵାନ ଦେଇଥିଲେ ଏବଂ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ନବବର୍ଷ ରେ ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାଙ୍କ ସହିତ ନିଜର ବହୁମୂଲ୍ୟ ସମୟ ଦେଇ ତାଙ୍କୁ ଉତ୍ସାହିତ କରିଥିବାରୁ ଏହି ଦୁଇଟି ଅନୁଷ୍ଠାନ ର କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ରୁପେଶ କୁମାର ହୋତା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର କର୍ମକର୍ତ୍ତା ଅଂଶୁମାନ ବାବୁ ଓ ରାଜଲକ୍ଷ୍ମୀ ଦାସ ପ୍ରମୁଖ ଯୋଗଦେଇଥିଲେ।
ଅତିରିକ୍ତ ଜିଲାପାଳ ଶ୍ରୀ ଦରୱାନ ସମସ୍ତଙ୍କୁ ନବର୍ଷର ର ଶୁଭେଛା ଜଣାଇବା ସହିତ ପିଲାମାନେ ଭଲ ପାଠ ପଢି ଗୁରୁଜନଙ୍କ କଥା ମାନି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ କୁ ହେମନ୍ତ ମୁଣ୍ଡ, ଶୈଳେନ୍ଦୁ ମହାପାତ୍ର ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରAugust 10, 2026ମୁଖ୍ୟମନ୍ତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘର ଦାବିପତ୍ର
ଜିଲ୍ଲା ଖବରAugust 8, 2026ଭବାନୀପାଟଣା ମୁସିଗୁଡା ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ନିଶାମୁକ୍ତ କାର୍ଯ୍ୟକ୍ରମ
ଜିଲ୍ଲା ଖବରAugust 6, 2026ଗଣ ସକ୍ରିୟ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ
ଜିଲ୍ଲା ଖବରAugust 5, 2026ତୁର୍କେଲ ବ୍ରିଜ ନିର୍ମାଣ ପାଇଁ ସଦର ବିଧାୟକ ୩୮କିମି ପଦଯାତ୍ରା କରି ଜିଲ୍ଲାପାଳଙ୍କୁ ଦାବିପତ୍ରଦେଲେ

