ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ନୂଆ ଆଶା ଓ ଅଭିଳାଷ କୁ ନେଇ ସୁନେଲି ସ୍ବପ୍ନ ଦେଖୁଥିବା ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା କୁନି କୁନି ଶିଶୁ ମାନଙ୍କ ସହିତ କିଛି ମୁହୂର୍ତ୍ତ କଟେଇବା ଓ ନୂତନ ବର୍ଷ ୨୦୨୫ କୁ ସ୍ଵାଗତ ଜଣାଇବା ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ଜିଲ୍ଲା ର ଅନ୍ୟ ଅଧିକାରୀ ମାନେ ଆଜି ନୂଆବର୍ଷ ର ପ୍ରଥମ ସକାଳ ରେ ଉପସ୍ଥିତ ହୋଇଥିଲେ ଭବାନୀପାଟଣା ସ୍ଥିତ ନେହେରୁ ସେବା ସଂଘ ଓ ବାଳଗୋପାଳ ସେବା ନିକେତନ ରେ।
ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଅନ୍ତେବାସୀ ଓ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କୁ ନବ ବର୍ଷ ର ଶୁଭେଚ୍ଛା ଜଣାଇବା ସହିତ ପିଲାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ପିଲାମାନେ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ଆହ୍ଵାନ ଦେଇଥିଲେ ଏବଂ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ନବବର୍ଷ ରେ ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାଙ୍କ ସହିତ ନିଜର ବହୁମୂଲ୍ୟ ସମୟ ଦେଇ ତାଙ୍କୁ ଉତ୍ସାହିତ କରିଥିବାରୁ ଏହି ଦୁଇଟି ଅନୁଷ୍ଠାନ ର କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ରୁପେଶ କୁମାର ହୋତା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର କର୍ମକର୍ତ୍ତା ଅଂଶୁମାନ ବାବୁ ଓ ରାଜଲକ୍ଷ୍ମୀ ଦାସ ପ୍ରମୁଖ ଯୋଗଦେଇଥିଲେ।
ଅତିରିକ୍ତ ଜିଲାପାଳ ଶ୍ରୀ ଦରୱାନ ସମସ୍ତଙ୍କୁ ନବର୍ଷର ର ଶୁଭେଛା ଜଣାଇବା ସହିତ ପିଲାମାନେ ଭଲ ପାଠ ପଢି ଗୁରୁଜନଙ୍କ କଥା ମାନି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ କୁ ହେମନ୍ତ ମୁଣ୍ଡ, ଶୈଳେନ୍ଦୁ ମହାପାତ୍ର ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରNovember 5, 2025ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଜିଲ୍ଲା ଖବରNovember 4, 2025ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି
ଜିଲ୍ଲା ଖବରNovember 4, 2025୬୧ତମ ଜନ୍ମବର୍ଷିକୀ ମହୋତ୍ସବ ”ମହାବୀର ମହୋତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରNovember 3, 2025ଆସନ୍ତା ୧୯ରେ ମାଣିକେଶ୍ବରୀ ମହୋତ୍ସବ ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

