Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ସମାରୋହରେ ମଦନପୁର ରାମପୁର ଡିଗ୍ରୀ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ବୁଦ୍ଧେନ୍ଦ୍ର ପ୍ରତାପ ସିଂହ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବଲାଙ୍ଗିରର ବିଶିଷ୍ଟ କବି ପ୍ରହଲ୍ଲାଦ ଶତପଥୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ପ୍ରବୋଧ ରଥ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପାରିଷଦ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ କବି ପ୍ରହଲ୍ଲାଦ ଶତପଥୀ ଙ୍କୁ ଯୁଗଳ କିଶୋର ଯୋଷୀ ସ୍ମୃତି ସମ୍ମାନ ଓ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ନର୍ଲା ରୋଡ ଜୟଦୂର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଳାହାଣ୍ଡି ଲେଖକ କଳା ପରିଷଦ ର ସାହିତ୍ୟ ପତ୍ରିକା “ସାଗର ‘ କୁ ଅତିଥି ମାନଙ୍କ ଦ୍ଵାରା ଏହି ଅବସରରେ ଉନ୍ମୋଚନ କରାଯାଇଥିଲା।ଆକାଶବାଣୀ କଳାକାର ବିରଞ୍ଚି ନାରାୟଣ ମୁଣ୍ଡ ଙ୍କ ସଂଯୋଜନାରେ ଆୟୋଜିତ ବନାନୀ କବି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୬୦ ରୁ ଉର୍ଦ୍ଧ୍ବ କବି ସ୍ବରଚିତ କବିତାମାନ ଆବୃତ୍ତି କରିଥିଲେ।
ପରିଷଦର ସାଧାରଣ ସମ୍ପାଦକ ଭବନାଥ ରାୟଗୁରୁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭାପତି ଉମେଶ ଚନ୍ଦ୍ର ପଣ୍ଡା ସଭାପତିତ୍ବ ଅଭିଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ। ପରିଷଦର ଉପସଭାପତି ଡ଼ ତପନ ରଥ , ସୁରେନ୍ଦ୍ର ପ୍ରସାଦ ନେଗୀ, କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ ରଥ, ଶେଷଦେବ ମିଶ୍ର, ଶୁଭେନ୍ଦୁ ମହାପାତ୍ର, ସୌରଭ ମହାପାତ୍ର, ଭାଗିରଥି ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
