ନ୍ୟୁଜଗ୍ୟାଲେରି,ଧର୍ମଗଡ ବେହେରା: (ଭୂପେଶ ତିୱାରୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ଅବସରରେ ଗବେଷକ ସତ୍ୟନାରାୟଣ ମହାପାତ୍ର ଙ୍କୁ ପଣ୍ଡିତ ରୀକ୍ଷିରାମ ସ୍ମୃତିସମ୍ମାନ ରେ ସମ୍ମାନିତ କରାଯାଇଛି ।
ସତ୍ୟନାରାୟଣ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ସିନିୟର୍ ଫେଲୋସିପ ପାଇ ” ଘୁମୁରା ଗୀତ (ସଙ୍ଗୀତ) ର ସାହିତ୍ୟିକ ସୋନ୍ଦର୍ଯ୍ୟବୋଧ” ଉପରେ ଗବେଷଣା କରୁଛନ୍ତି। ସେ ୨୦୨୦ ରୁ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ମଧ୍ୟ ଅଛନ୍ତି।୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଥିଲେ ।ସେ ଏକାଧାରରେ ମଞ୍ଚ, ବେତାର, ଦୂରଦର୍ଶନ ର ଲେଖକ, ନିର୍ଦ୍ଦେଶକ ଓ ପ୍ରଯୋଜକ। ମହାରାଜ କଂସ ସହ ଅତିଥି ଓ ଅନୁଷ୍ଠାନ ର ସଦସ୍ୟ ମାନଙ୍କ ଦ୍ଵାରା ତାଙ୍କୁ ସମ୍ମାନୀତ କରାଯାଇଥିଲା। ସେ ପୁରସ୍କାର ଗ୍ରହଣ ପୂର୍ବକ ପଣ୍ଡିତ ରିକ୍ଷିରାମ ତିୱାରୀ ଙ୍କ ଘୁମୁରା ପ୍ରତି ରହିଥିବା ଅବଦାନ ବଖାଣି ଥିଲେ। ପଣ୍ଡିତ ରୀକ୍ଷିରାମ ତିୱାରୀ କଳାହାଣ୍ଡି ଲୋକ କଳା ଘୁମୁରା ର ଅଦ୍ୱିତୀୟ ଗୁରୁ ଥିଲେ ।
ସେ ଘୁମୁରା କୁ ନେଇ ଅନେକ କାଳଜୟୀ ଗୀତ ରଚନା କରିବା ସହ ତାଙ୍କ ପ୍ରଶିକ୍ଷିତ ଘୁମୁରା ଦଳ କୁ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚାଇ ପାରିଥିଲେ । ସେ କଳାହାଣ୍ଡି ର ସର୍ବପୁରାତନ ବ୍ରଜମୋହନ ସାହିତ୍ୟ ସଂସଦ ସହ ଜଡିତ ଥାଇ କଳାହାଣ୍ଡି ରାଜ ଦରବାର ର ପଣ୍ଡିତ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ।ସେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ମଧ୍ୟ ଘୁମୁରା ର ଅଦ୍ୱିତୀୟ ଗୁରୁ ରୂପେ ସମ୍ମାନିତ ହୋଇ ଥିଲେ।ଏତଦ ବ୍ୟତୀତ ସେ ଅନେକ ନାଟକ,ପାରମ୍ପରିକ ନୃତ୍ୟ ଗୀତ,ଦେବୀ ବନ୍ଦନା ଉପେନ୍ଦ୍ର ଭଞ୍ଜ ଙ୍କ ଶୈଳୀ ରେ ଲେଖିଯାଇଛନ୍ତି ।ସେ ତାଙ୍କ ରଚନା ରେ ଦଣ୍ଡପାଟ କୁ ଏକ ନୂତନ ପରିଚୟ ପ୍ରଦାନ କରିଥିଲେ ବୋଲି ବକ୍ତବ୍ୟ ରଖିଥିଲେ। ପ୍ରକାଶ ଥାଉ କି ପଣ୍ଡିତ ରୀକ୍ଷିରାମ ସ୍ମୃତି ରେ ଦଣ୍ଡପାଟ ର ସର୍ଵ ବୃହତ ସମ୍ମାନ ରୂପେ ଦଣ୍ଡପାଟ ର ଅଗ୍ରଣୀ ଅନୁଷ୍ଠାନ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ପ୍ରତି ବର୍ଷ ଜଣେ ସୁନାମଧନ୍ୟ ସାହିତ୍ୟିକ ,ଗବେଷକ ଙ୍କୁ ସମ୍ମାନିତ କରିଥାଏ ।
Latest entries
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି

