Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଉକ୍ତ ବୈଠକରେ ଚଳିତ ବର୍ଷ କପା କ୍ରୟ ନିମନ୍ତେ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ କପାମଣ୍ଡି ଖୋଲାଯାଇ କପାଚାଷୀଙ୍କ ଠାରୁ କିପରି କପା କ୍ରୟ କରାଯାଇପାରିବ ବିଶେଷ କରି କପାଚାଷୀମାନେ ସୁବିଧାରେ କପା ମଣ୍ଡିକୁ କପା ନେଇ କିପରି ବିକ୍ରି କରିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଆସନ୍ତା ୨୬ ନଭେମ୍ବର ୨୦୨୪ ଠାରୁ ପ୍ରଥମ କପା ମଣ୍ଡି କର୍ଲାପଡାଠାରେ ଉଦଘାଟନ ହେବା ନିମନ୍ତେ ସ୍ଥିର କରାଯାଇଛି। ସମସ୍ତ କପା ମଣ୍ଡିରେ ସି.ସି.ଆଇ. ଏବଂ ଆର.ଏମ.ସି. ର କର୍ମଚାରୀ ରହି ଏହାର ସୁପରିଚାଳନା କରିବା ନିମନ୍ତେ ବୈଠକରେ ସ୍ଥିର କରାଯାଇଥିଲା। ସାଂସଦ ଏବଂ ବିଧାୟକଙ୍କ ପ୍ରତିନିଧି ଚାଷୀମାନେ ଯେପରି ତାଙ୍କର କପାର ଉଚିତ ମୂଲ୍ୟ ପାଇପାରିବେ ସେ ଦିଗରେ ଗୁରୁତ୍ଵଆରୋପ କରିଥିଲେ । ସି.ସି.ଆଇ. କପା ମଣ୍ଡିରୁ ମିଳକୁ କପା ନେବା ନିମନ୍ତେ ପରିବହନ ଖର୍ଚ ଦେବା ପାଇଁ ଚାଷୀ ପ୍ରତିନିଧିମାନେ ପ୍ରସ୍ତାବ ରଖିଥିଲେ । ଏ ସମ୍ପର୍କରେ ବିଶେଷ ଭାବରେ କୃଷି ବିଭାଗ ସହ ଯୋଗାଯୋଗ କରି ସରକାରଙ୍କ ନିୟମ ମୁତବକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସି.ସି.ଆଇ.ର ପ୍ରତିନିଧିଗଣ ଚାଷୀଙ୍କ ଠାରୁ କପା କିଣିବା ନିମନ୍ତେ ଥିବା ଉପଯୁକ୍ତ ନିୟମ ସମ୍ପର୍କରେ ବିଶେଷ ଭାବରେ ସୂଚନା ଦେଇଥିଲେ । ଚଳିତ ବର୍ଷ କପା ଚାଷ ଅଧିକ ଅମଳ ହେବା ଲକ୍ଷ୍ୟ ଥିବାରୁ କପାଚାଷୀ କପାମଣ୍ଡିରେ କିପରି ସୁବିଧାରେ ନିଜର କପା ନେଇ ବିକ୍ରୟ କରିପାରିବେ ଏବଂ କପା କିପରି ଅଧିକ ସଂଗ୍ରହ କରାଯାଇପାରିବ ସେ ଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଅଧିକ ଯତ୍ନବାନହୋଇ କାର୍ଯ୍ୟ ତୁଲାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
