ଭବାନୀପାଟଣା ର ବିଭିନ୍ନ ମଣ୍ଡି ର ଅବ୍ୟକ୍ତ କୁନେଇ ବିଧାୟକ ସାଗର ଚରଣ ଦାସ ଙ୍କ ସାମ୍ବାଦିକ ସମ୍ମିଳନୀ

ନ୍ୟୁଜଗ୍ୟାଲେରି,ଭବାନିପାଟଣା: କଂଗ୍ରେସ ନେତା ରାହୁଳ ଗାନ୍ଧୀ ଙ୍କ ନାମରେ କରାଯାଇଥିବା ମିଥ୍ୟା କେଶ ର ସତ୍ୟା ସତ୍ୟ ଜାଣିବା ପାଇଁ ସାଂସଦ ର ସିସି କ୍ୟାମେରାକୁ ତଦନ୍ତ କରିବା ବଦଳରେ ସିସି କ୍ୟାମେରା ତଦନ୍ତ ନ କରି ମିଥ୍ୟା କେଶ କରି ଏକଛତ୍ରବାଦୀ ଶାସନ ଚଳାଇଛି ଏବଂ ଜିଲ୍ଲା ର ମଣ୍ଡି ଗୁଡିକରେ ଧାନ ରୁ ୭କେଜି ଲେଖାଏ କଟନି ଛଟନି ହେଉ ଥିବା ନେଇ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା ଙ୍କ ସମ୍ବିଧାନ ପ୍ରତି କରିଥିବା ଅବମାନନା ସହ ଅଟହସ୍ୟ କରିଥିବାରୁ। ବିଜେପି ଗତ ୧୦ ବର୍ଷ ଏକଛତ୍ରବାଦ ଶାସନ ଚଳାଇଛି ବିଜେପିର କଥାରେ ଚାଲିବ ତେବେ ସାତଖୁଣ ମାପ ଯିଏ ବିଜେପି ର କଥା ନମାନ ତେବେ ମିଥ୍ୟା କେଶ୍ କରି ହଇରାଣ କରିଥାନ୍ତି ।କିଷାନ ତାର ହକ ପାଇଁ ଦାବୀ କଲେ ତାକୁ ଦେଶଦ୍ରୋହୀ ମାମଲା କରାଯାଉଛି ।ବେକାରୀ ସମସ୍ୟା ର ସମାଧାନ ପାଇଁ ନିଯୁକ୍ତି ଦେବାରେ ବିଫଳ ।ଆଦାନୀ ସ୍କାମ କୁ ଘଣ୍ଟ ଘୋଡାଇବା ପାଇଁ କେନ୍ଦ୍ର ସରକାର ନାଟକ ବାଜି କରୁଛି। କଂଗ୍ରେସ ର ବରିଷ୍ଠ ନେତା ରାହୁଳ ଗାନ୍ଧୀଙ୍କ ନାମରେ ମିଥ୍ଯା କେସ୍ କରା ଯାଇଛି ପ୍ରକୂତ ସତ୍ଯ ସାମନା କୁ ଆଣିବାକୁ ହେଲେ ସାଂସଦ ଭବନର ସିସିଟିଭି ଫୁଟେଜ ସାମନା କୁ ଅଣାଯାଉ ବୋଳି ପ୍ରକାଶ କରିଛନ୍ତି ଶ୍ରୀ ଦାସ ପୁଣି ସଦର ବ୍ଲକ ଅର୍ନ୍ତଗତ କର୍ଲାପଡା,ବୋର୍ଡା,ସେଁପୁର ମଣ୍ଡି ଗୁଡିକ ପରିଦର୍ଶନ ରେ ଯାଇ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ମିଲର ମାନେ ଚାଷୀଙ୍କ ଠାରୁ ୭ କେଜି କଟନୀ ଛଟନୀ କରୁଛନ୍ତି। ୭ କେଜି କଟନୀ କରାନଗଲେ ମଣ୍ଡି କୁ ଗାଡି ନ ପଠାଇ ବାକୁ ଧମକ ଦେଉଛନ୍ତି ।ଚାଷୀ ଙ୍କୁ ବିହନ ଦେଲାବେଳେ ଏଫ୍ ଏ କ୍ଯୁ ନିୟମ ଲାଗୁ ହୁଏ ନାହି। କିନ୍ତୁ ଧାନ ନେଲାବେଳେ ଏଫ ଏ କ୍ଯୁ ନିୟମ କାହିକି? ବିଜେପି ଶୂନ ପ୍ରତିଶତ କଟନୀ କଥା କହୁଥିଲାବେଳେ ଏବେ ଡବଲ ଇଞ୍ଜିନ ସରକାର ବିଫଳ ହୋଇଛି ।ବିଜେପିର ବଡ ବଡ ନେତାକୁ ଚାନ୍ଦା ଦେବା ପାଇଁ ଚାଷୀଙ୍କ ଠାରୁ କଟନୀ କରା ଯାଉଛି ।ଭାତହାଣ୍ଡି ର ଜିଲ୍ଲା କଳାହାଣ୍ଡି ର ମଣ୍ଡି ଗୁଡିକ ଅବ୍ୟବସ୍ଥା କାହିଁକି?ଖଳା ବ୍ୟବସ୍ଥା ନାହିଁ. କ୍ୱାଲିଟି ଏନାଲାଇଜର ନାହି,ପାନୀୟ ଜଳର ବ୍ୟବସ୍ଥା ନାହିଁ।ଏହି ସବୁ ସମସ୍ୟାର ସମାଧାନ କରାନଗଲେ କଂଗ୍ରେସ ଦଳ ପକ୍ଷରୁ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ବିଧାୟକ ସାଗର ଚରଣ ଦାସ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ ଓ ଉପ ସଭାପତି ଧନୁର୍ଦ୍ଧର ଗହୀର ଉପସ୍ଥିତ ରହିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts