ନ୍ୟୁଜଗ୍ୟାଲେରୀ,ଧର୍ମଗଡ,ବେହେରା: (ଭୂପେଶ ତିୱାରୀ)କଳାହାଣ୍ଡି ଇନ୍ଦ୍ରାବତୀ ବହୁମୁଖୀ ଜଳବିଦ୍ୟୁତ୍ ପ୍ରକଳ୍ପରୁ ଆସନ୍ତା ରବି ଚାଷ ପାଇଁ ଜାନୁୟାରୀ ୭ତାରିଖ ରୁ ଜଳ ସେଚନ ଆରମ୍ଭ ହେବ । ରବି ଋତୁରେ ଜିଲାର ମୋଟ ୪୭, ୫୭୬ ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ତେବେ ଜଳଭ ଳଭଣ୍ଡାରରେ ଜଳାଭାବ ଯୋଗୁଁ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପର ଜଳସେଚନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଜଳଭଣ୍ଡାରରେ ପ୍ରାୟ ୨ମିଟର ପାଣି କମ ଥୂବାରୁ ରବି ଜଳସେଚନକୁ ସଙ୍କୁଚିତ କରାଯାଇଛି । ମୋଟ ୫୩ ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ସେହି ଅନୁଯାୟୀ, ଜୟପାଟଣା ବ୍ଲକର ୫୬ ଟି ଗାଁର ୧୩,୭୮୫ ହେକ୍ଟର, କଲମପୁର ବ୍ଲକର ୪୮ଟି ଗାଁର ୮,୮୪୪ ହେକ୍ଟର, ଜୁନାଗଡ଼ ବ୍ଲକର ୧୩୬ ୧୩୬ଟି ଗାଁର ୨୧,୭୨୮ ହେକ୍ଟର, କୋକସରା ବ୍ଲକର ୧୦ଟି ଗାଁର ୨,୧୧୦ ହେ ହେକ୍ଟର ଓ ଧର୍ମଗଡ଼ ବ୍ଲକର ୪୬ଟି ଗାଁର ୬୯୦୫ ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରଖାଯାଇଥିବା ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣଯନ୍ତ୍ରୀ ଜଗନ୍ନାଥ ପାଣି ଗଣ ମାଧ୍ୟମ କୁ ସୂଚନାଦେଇଛନ୍ତି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

