ନ୍ୟୁଜଗ୍ୟାଲେରି,ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ଧର୍ମଗଡ ସ୍ଥିତ ପଞ୍ଚାୟତ କଲେଜ ପଡିଆ ଠାରେ ମାଁ ଭଣ୍ଡାରଘରଣୀ ୟୁଥ କ୍ଲବ ଦ୍ୱାରା ଆୟୋଜିତ ଅଟଳ ପ୍ରିମିୟର ଲିଗ ୨୦୨୪-୨୫ ଆଜି ଉଦଯାପିତ ହୋଇଯାଇଛି । ଦୀର୍ଘ ଆଠ ଦିନ ଧରି ଏହି ପ୍ରିମିୟର ଲିଗ ଆୟୋଜିତ ହୋଇଥିଲା। ଅନ୍ତିମ ଦିବସ ର ଫାଇନାଲ ମ୍ୟାଚ ରେ ବଲାଙ୍ଗୀର ଓ ନବରଙ୍ଗପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ବଲାଙ୍ଗୀର ଟସ ଜିତି ଫିଲ୍ଡିଂ କରିଥିଲା ନବରଙ୍ଗପୁର ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୪୭ରନ ସଂଗ୍ରହ କରିଥିଲା ଜବାବରେ ବଲାଙ୍ଗୀର ଦଳ ୧୮୪ ରନ ସଂଗ୍ରହ କରି ନଅଟି ୱକେଟ ହରାଇ ଉପବିଜେତା ହୋଇଥିଲେ । ଆଜିର ଏହି ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ଅପରେଶ ସ୍ୱାଇଁ,ଆଇନଜୀବୀ ମନୀନ୍ଦ୍ର ପାତ୍ର,ରଞ୍ଜିତ ପଣ୍ଡା,ସାମ୍ବାଦିକ ହେମନ୍ତ କୁମାର ମାଝୀ, ସମାଜସେବୀ ସୁବାଷ ଅଗ୍ରୱାଲ,ଅରୁଣ ତାୟଲ,ଶିଶିର ମେହେର,ସୁବାସ ନାୟକ,ଜିତୁ ବାଗ,ନିରୋଜ କୁମାର ସିଂ,ଦେବେନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାନନ୍ଦ ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଶେଷରେ କ୍ଲବର ସଭାପତି ସୁବ୍ରତ ପଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

