ଧର୍ମଗଡ ଠାରେ ଆୟୋଜିତ ଅଟଲ ପ୍ରିମିୟାର ଲିଗ ଉଦ୍ଧଯାପିତ

0 minutes, 0 seconds Read

ନ୍ୟୁଜଗ୍ୟାଲେରି,ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ଧର୍ମଗଡ ସ୍ଥିତ ପଞ୍ଚାୟତ କଲେଜ ପଡିଆ ଠାରେ ମାଁ ଭଣ୍ଡାରଘରଣୀ ୟୁଥ କ୍ଲବ ଦ୍ୱାରା ଆୟୋଜିତ ଅଟଳ ପ୍ରିମିୟର ଲିଗ ୨୦୨୪-୨୫ ଆଜି ଉଦଯାପିତ ହୋଇଯାଇଛି । ଦୀର୍ଘ ଆଠ ଦିନ ଧରି ଏହି ପ୍ରିମିୟର ଲିଗ ଆୟୋଜିତ ହୋଇଥିଲା। ଅନ୍ତିମ ଦିବସ ର ଫାଇନାଲ ମ୍ୟାଚ ରେ ବଲାଙ୍ଗୀର ଓ ନବରଙ୍ଗପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ବଲାଙ୍ଗୀର ଟସ ଜିତି ଫିଲ୍ଡିଂ କରିଥିଲା ନବରଙ୍ଗପୁର ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୪୭ରନ ସଂଗ୍ରହ କରିଥିଲା ଜବାବରେ ବଲାଙ୍ଗୀର ଦଳ ୧୮୪ ରନ ସଂଗ୍ରହ କରି ନଅଟି ୱକେଟ ହରାଇ ଉପବିଜେତା ହୋଇଥିଲେ । ଆଜିର ଏହି ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ଅପରେଶ ସ୍ୱାଇଁ,ଆଇନଜୀବୀ ମନୀନ୍ଦ୍ର ପାତ୍ର,ରଞ୍ଜିତ ପଣ୍ଡା,ସାମ୍ବାଦିକ ହେମନ୍ତ କୁମାର ମାଝୀ, ସମାଜସେବୀ ସୁବାଷ ଅଗ୍ରୱାଲ,ଅରୁଣ ତାୟଲ,ଶିଶିର ମେହେର,ସୁବାସ ନାୟକ,ଜିତୁ ବାଗ,ନିରୋଜ କୁମାର ସିଂ,ଦେବେନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାନନ୍ଦ ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଶେଷରେ କ୍ଲବର ସଭାପତି ସୁବ୍ରତ ପଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts