କଳାହାଣ୍ଡି:ଭବାନୀପାଟଣା, ସଦର ବ୍ଲକ ମେଦିନୀପୁର ସ୍ଥିତ ମଦର ଟେରେସା କଲେଜ ଅଫ ନର୍ସିଂ ରେ “ଆନ୍ତର୍ଜାତୀୟ ସେବିକା ଦିବସ” ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପରିଷଦ ଅଧକ୍ଷ ପୁଷ୍ପିନ୍ଦ୍ର ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସଂମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷl ସଂଯୁକ୍ତା ବେହେରା, ମେଦିନୀପୁର ସରପଞ୍ଚ ଗୌରୀଶଙ୍କର ମିଶ୍ର, ଉଦେପୁର ସରପଞ୍ଚ ପ୍ରମୋଦ ଯୋଶୀ, ବିଜେଡି ନେତା ପ୍ରଦୀପ ଦାସ, ଲଳିତା ନାଏକ ପ୍ରମୁଖ ଯୋଗ ଦେଇଥିବା ବେଳେ ନର୍ସିଙ୍ଗ କଲେଜ ର ଅଧ୍ୟକ୍ଷ ରାମନାଣ୍ଡିଆ ଦୀପ, ପ୍ରଗତି ନାଏକ ପ୍ରମୁଖ ଉପସ୍ଥିତ ରହି ନର୍ସ ଦିବସ ପାଳନ ର ଉଦେଶ୍ୟ ସମ୍ପର୍କ ରେ ଆଲୋକ ପାତ କରିଥିଲେ ।
ଉକ୍ତ ସଭାରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେସେବା ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ଭଲ ଶିକ୍ଷା ଓ ପ୍ରଶିକ୍ଷଣ ଗ୍ରହଣ କରି ଓ ସେବା ମନବୃତ୍ତି ରଖି ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଆଧୁନିକ ଯନ୍ତ୍ରପାତି ଦ୍ଵାରା କିଭଳି ଉଚ୍ଚତର ସେବା ଓ ଚିକିତ୍ସା କରିହେବ ସେ ଦିଗରେ ମଧ୍ୟ ଧ୍ୟାନ ଦେବାପାଇଁ କହିଥିଲେ । ସଭା ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

