କଳାହାଣ୍ଡି: କେସିଙ୍ଗା, ( ତୁମେଶ୍ୱର ସାହୁ) କେସିଙ୍ଗା ଏନଏ ସି ୱାର୍ଡ ନମ୍ବର ୧୨ ୱାର୍ଡ ପାହାଡ ଉପରେ ବସବାସ କରୁଥିବା ଲୋକମାନେ ଦୀର୍ଘ ଦିନ ଧରି ପାନୀୟଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ।
ଏନେଇ ୱାର୍ଡବାସୀ ଏନ ଏ ସିର ଅଧ୍ୟକ୍ଷ ନିକଟରେ ଅଭିଯୋଗ କରିଥିଲେ।ଅଧ୍ୟକ୍ଷ ଓ ବିଭାଗୀୟ ଯନ୍ତ୍ରୀ ଙ୍କ ଆଲୋଚନା ପରେ ପାଣି ପାଇପ ସଂଯୋଗ ପାଇଁ ଯୋଜନା କରିଥିଲେ।କେସିଙ୍ଗା ସହରର ୧୨ନମ୍ବରୱାର୍ଡ ପାହାଡ଼ ଉପରେ ବହୁ ଲୋକମାନେ ବସବାସ କରି ଆସୁଛନ୍ତି।ପାନୀୟଜଳ ପାଇଁ ବହୁ ଦିନରୁ ଅସୁବିଧା ଭୋଗି ଆସୁଥିଲେ।କାର୍ଯ୍ୟ ଆରମ୍ଭ ପରେ ଏଣିକି ଆଉ ଅଳ୍ପ ଦିନ ରେ ପାଣିର ସମସ୍ୟା ଦୂର ହେବ ଏନଏ ସି ଅଧ୍ୟକ୍ଷ ନୃପରାଜ ଯାଦବ, ଜନ ସ୍ଵାସ୍ଥ୍ୟ ବିଭାଗ ଜୁନିୟର ଇଞ୍ଜିନିୟର ଜାନକୀ, ନାଏକ ,କାଉନସିଲର ହେମ ସୁନା ଓ ରମେଶ ପଟ୍ଟନାୟକ ସାଙ୍ଗରେ ନେଇ ୱାର୍ଡ ନମ୍ବର ୧୨ ରେ ଚାଲି ଥିବା ପାଇପ ସଂଯୋଗ କରିବା କାମର ତଦାରଖ କରିଥିଲେ।
କାଉନସିଲର ହେମ ସୁନା ଙ୍କ ଶରୀର ଅସୁସ୍ଥ ଥିବା ସତ୍ତ୍ବେ ଲୋକଙ୍କ ସମସ୍ୟାର ସମାଧାନ ନିମନ୍ତେ ଅହ ରହ ପ୍ରୟାସ କରୁଥିବାରୁ ଏବଂ ଜୁନିୟର ଇଞ୍ଜିନିୟର ଜାନକୀ ନାଏକ ଲୋକଙ୍କ ପାଣିର ଆବଶ୍ୟକତା କୁନେଇ କାମକୁ ତ୍ବରାନ୍ବିତ କରୁ ଥିବାରୁ କାଉନସିଲର ଏବଂ ଅଧ୍ୟକ୍ଷ ଙ୍କୁ ବହୁତ୍ ବହୁତ ଧନ୍ୟବାଦ ଦେଇଛନ୍ତି।ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ଜାନକି ନାଏକ ଙ୍କୁ ପଚାରିବାରୁ ଅଳ୍ପ ଦିନ ମଧ୍ୟରେ ୧୨ନମ୍ବରୱାର୍ଡ ରେ ପାନୀୟଜଳ ଯୋଗାଣ କରାଯିବ ବୋଲି ପ୍ରକାଶ କରିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

