କଳାହାଣ୍ଡି: କେସିଙ୍ଗା, ( ତୁମେଶ୍ୱର ସାହୁ) କେସିଙ୍ଗା ଏନଏ ସି ୱାର୍ଡ ନମ୍ବର ୧୨ ୱାର୍ଡ ପାହାଡ ଉପରେ ବସବାସ କରୁଥିବା ଲୋକମାନେ ଦୀର୍ଘ ଦିନ ଧରି ପାନୀୟଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ।
ଏନେଇ ୱାର୍ଡବାସୀ ଏନ ଏ ସିର ଅଧ୍ୟକ୍ଷ ନିକଟରେ ଅଭିଯୋଗ କରିଥିଲେ।ଅଧ୍ୟକ୍ଷ ଓ ବିଭାଗୀୟ ଯନ୍ତ୍ରୀ ଙ୍କ ଆଲୋଚନା ପରେ ପାଣି ପାଇପ ସଂଯୋଗ ପାଇଁ ଯୋଜନା କରିଥିଲେ।କେସିଙ୍ଗା ସହରର ୧୨ନମ୍ବରୱାର୍ଡ ପାହାଡ଼ ଉପରେ ବହୁ ଲୋକମାନେ ବସବାସ କରି ଆସୁଛନ୍ତି।ପାନୀୟଜଳ ପାଇଁ ବହୁ ଦିନରୁ ଅସୁବିଧା ଭୋଗି ଆସୁଥିଲେ।କାର୍ଯ୍ୟ ଆରମ୍ଭ ପରେ ଏଣିକି ଆଉ ଅଳ୍ପ ଦିନ ରେ ପାଣିର ସମସ୍ୟା ଦୂର ହେବ ଏନଏ ସି ଅଧ୍ୟକ୍ଷ ନୃପରାଜ ଯାଦବ, ଜନ ସ୍ଵାସ୍ଥ୍ୟ ବିଭାଗ ଜୁନିୟର ଇଞ୍ଜିନିୟର ଜାନକୀ, ନାଏକ ,କାଉନସିଲର ହେମ ସୁନା ଓ ରମେଶ ପଟ୍ଟନାୟକ ସାଙ୍ଗରେ ନେଇ ୱାର୍ଡ ନମ୍ବର ୧୨ ରେ ଚାଲି ଥିବା ପାଇପ ସଂଯୋଗ କରିବା କାମର ତଦାରଖ କରିଥିଲେ।
କାଉନସିଲର ହେମ ସୁନା ଙ୍କ ଶରୀର ଅସୁସ୍ଥ ଥିବା ସତ୍ତ୍ବେ ଲୋକଙ୍କ ସମସ୍ୟାର ସମାଧାନ ନିମନ୍ତେ ଅହ ରହ ପ୍ରୟାସ କରୁଥିବାରୁ ଏବଂ ଜୁନିୟର ଇଞ୍ଜିନିୟର ଜାନକୀ ନାଏକ ଲୋକଙ୍କ ପାଣିର ଆବଶ୍ୟକତା କୁନେଇ କାମକୁ ତ୍ବରାନ୍ବିତ କରୁ ଥିବାରୁ କାଉନସିଲର ଏବଂ ଅଧ୍ୟକ୍ଷ ଙ୍କୁ ବହୁତ୍ ବହୁତ ଧନ୍ୟବାଦ ଦେଇଛନ୍ତି।ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ଜାନକି ନାଏକ ଙ୍କୁ ପଚାରିବାରୁ ଅଳ୍ପ ଦିନ ମଧ୍ୟରେ ୧୨ନମ୍ବରୱାର୍ଡ ରେ ପାନୀୟଜଳ ଯୋଗାଣ କରାଯିବ ବୋଲି ପ୍ରକାଶ କରିଥିଲେ।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

