କଳାହାଣ୍ଡି :କେସିଙ୍ଗା, (ତୁମେସ୍ୱର ସାହୁ)କେସିଙ୍ଗା ବ୍ଲକ ର ଚାଂଚେର ଗ୍ରାମର ସାହୁପଡା ଠାରେ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ଅନୁଷ୍ଠିତହୋଇଥିଲା।ଦକ୍ଷିଣ ଷୌଣ୍ଡିକ ସମାଜ ର କୂଳଦେବୀ ମା ଦୁର୍ଗା ଙ୍କୁ ପୂଜାର୍ଚ୍ଚନା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା, ମଞ୍ଚା ସିନ ଅତିଥି ମାନଙ୍କୁ ଚାଁଚେର ଗ୍ରାମ୍ୟ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ନୂତନ ବ୍ଲକ କମିଟି ଗଠନ ପାଇଁ ସମସ୍ତେ ମତପୋଷଣ କରିଥିଲେ। ସଭାପତି ଭାବେ ଭବାନୀ ସାହୁ ଏବଂ ସମ୍ପାଦକ ଭାବେ କୁଶଚନ୍ଦ୍ର ସାହୁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ଉପ -ସଭାପତି ଭାବରେ ସୁଦର୍ଶନ ସାହୁ, ନରୋତ୍ତମ ପାତ୍ର, ପ୍ରମିଳା ସାହୁ ମନୋନୀତ ହୋଇଥିଲେ। ସହ ସମ୍ପାଦକ ମିତ୍ରସେନ ସାହୁ, କୋଷାଧକ୍ଷ ପିତାମ୍ବର ସାହୁ ଓ କମିଟି ର ଉପଦେଷ୍ଟା ଭାବରେ ପୂର୍ବତନ ବ୍ଲକ ସଭାପତି ଅନିରୁଦ୍ଧ ସାହୁ, ବରିଷ୍ଠ ସଦସ୍ୟ ବିଦ୍ୟାଧର ପାଇକରାୟ, କେଶରୀ ସାହୁ, ସୁରେଶ ସାହୁ, ଦେବରାଜ ସାହୁ ପ୍ରମୁଖ ମନୋନୀତ ହୋଇଥିଲେ। ନୂତନ କର୍ମକର୍ତ୍ତା ମାନଙ୍କୁ ପୂର୍ବତନ ସଭାପତି ଅନିରୁଦ୍ଧ ସାହୁ ଶପଥ ପାଠ କରାଇଥିଲେ। ପୂର୍ଵ ସମ୍ପାଦକ ରୋହିତ ସାହୁ ସଭା ପରିଚାଳନା କରିଥିବା ବେଳେ ଚାଁଚେର ଗ୍ରାମ୍ୟ କମିଟି ର ସମ୍ପାଦକ ସହଯୋଗ କରିଥିଲେ।, ନୂତନ କର୍ମକର୍ତା ମାନେ ସମାଜ ସଂସ୍କାର ଏବଂ ସମାଜ ର ଏକତା ଦିଗ ରେ ଆଗାମୀ ଦିନ କାମ କରିବା ପାଇଁ ମତ ରଖିଥିଲେ।ଏହି କାର୍ଯ୍ୟକ୍ରମ କୁ ଚାଁଚେର ଗ୍ରାମ୍ୟ କମିଟି ର ମିତ୍ରସେନ ସାହୁ, ରମେଶ ସାହୁ, ଭିକରାମ ସାହୁ, ସୁଦର୍ଶନ ସାହୁ, ଶ୍ରୀକାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଶତାଧିକ ଲୋକେ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

