ନ୍ୟୁଜଗ୍ୟାଲେରି,ଧର୍ମଗଡ଼:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲାର ତାହିର ଅନସାରୀ,ହୁସେନ ଖାନ, ଜୈସମ ଖାନ,ସାମିମଅନସାରୀ,ବାସୁଦେବ ଗୋପେ,ପିଣ୍ଟୁ ଆଲିମ,ଅନୁଜ କୁମାର। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ପୋଲିସ ସୂତ୍ର ରୁ ସୂଚନା ମିଳିଛି। ସୂଚନା ଥାଉ କି ଶୁକ୍ରବାର ବିଳମ୍ବିତ ରାତ୍ରିରେ ଧର୍ମଗଡ ଥାନା ଧର୍ମଗଡ଼ ସହର ଭୀମ ଖୋଜ ପଡା ଦେଶୀ ମଦଭାଟିରେ ବିଲମ୍ବିତ ରାତ୍ରି ରେ ସଶସ୍ତ୍ର ଡକାୟତ ହୋଇଥିଲା । ୧୦ରୁ ଉର୍ଦ୍ଧ ଡକାୟତ ଭାଟି କର୍ମଚାରୀ କୁ ପିସ୍ତଲ ଦେଖାଇ ଟଙ୍କା ଲୁଟ ହୋଇଥିଲା । ଆଇଜି ନିତି ଶେଖର, କଳାହାଣ୍ଡି ଏସପି ଅଭିଳାଷ ଜି, ଡିଏସପି ମନୋଜ କୁମାର ବେହେରା, ଥାନା ଅଧିକାରୀ ଦାମୋଦର ବିହାରୀ ଘଟଣା ର ତଦନ୍ତ ଜାରି ରଖିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

