ନ୍ୟୁଜଗ୍ୟାଲେରି,ଧର୍ମଗଡ଼:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲାର ତାହିର ଅନସାରୀ,ହୁସେନ ଖାନ, ଜୈସମ ଖାନ,ସାମିମଅନସାରୀ,ବାସୁଦେବ ଗୋପେ,ପିଣ୍ଟୁ ଆଲିମ,ଅନୁଜ କୁମାର। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ପୋଲିସ ସୂତ୍ର ରୁ ସୂଚନା ମିଳିଛି। ସୂଚନା ଥାଉ କି ଶୁକ୍ରବାର ବିଳମ୍ବିତ ରାତ୍ରିରେ ଧର୍ମଗଡ ଥାନା ଧର୍ମଗଡ଼ ସହର ଭୀମ ଖୋଜ ପଡା ଦେଶୀ ମଦଭାଟିରେ ବିଲମ୍ବିତ ରାତ୍ରି ରେ ସଶସ୍ତ୍ର ଡକାୟତ ହୋଇଥିଲା । ୧୦ରୁ ଉର୍ଦ୍ଧ ଡକାୟତ ଭାଟି କର୍ମଚାରୀ କୁ ପିସ୍ତଲ ଦେଖାଇ ଟଙ୍କା ଲୁଟ ହୋଇଥିଲା । ଆଇଜି ନିତି ଶେଖର, କଳାହାଣ୍ଡି ଏସପି ଅଭିଳାଷ ଜି, ଡିଏସପି ମନୋଜ କୁମାର ବେହେରା, ଥାନା ଅଧିକାରୀ ଦାମୋଦର ବିହାରୀ ଘଟଣା ର ତଦନ୍ତ ଜାରି ରଖିଥିଲେ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

